ହ୍ରିତିକ ରୋଶନଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ, ହାଇଦ୍ରାବାଦରେ ହେଲା ମାମଲା ରୁଜୁ

ମୁମ୍ବାଇ : ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି। ଅଭିନେତାଙ୍କ ବିରୋଧରେ ଧାରା ୪୦୨ ଏବଂ ୪୦୬ ଅନ୍ତର୍ଗତ କେପିଏଚବି ପୋଲିସ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ, ଶୋଷାଦ୍ରୀନଗରର କୁକଟପଲ୍ଲୀର ନାଗରୀକ ଶଶିକାନ୍ତ ତାଙ୍କ ଉପରେ ଲୋକଙ୍କୁ ପଥଭ୍ରାନ୍ତ କରିବାର ଆରୋପ ଲାଗିଛି।

ନିଶ୍ଚିତ ପଢ଼ନ୍ତୁ: ଆମୀର ଖାନଙ୍କ ଏହି କାମରେ ଖୁସି ହେଲେ ପ୍ରଧାନମନ୍ତ୍ରୀ

ଅଭିଯୋଗକାରୀଙ୍କ ଅନୁଯାୟୀ, ଜୁନ୍ ୨୨ ତାରିଖରେ କେପିଏଚବି ପୋଲିସ ନିକଟରେ ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା କି, ସେ ଡିସେମ୍ବର ୨୦୧୮ ମସିହାରେ କ୍ଳଟଫିଟ ସେଣ୍ଟରରେ ଯୋଗ ଦେଇଥିଲେ। ଯାହାର ବ୍ରାଣ୍ଡଆମ୍ବାସେଡର ଅଭିନେତା ହ୍ରିତିକ ରୋଶନ। ସେ ସେଠାରେ ଆଡମିସନ କରିବା ସମୟରେ ୧୭,୪୯୦ଟଙ୍କା ବର୍ଷିକ ଫିସ୍ ଦେଇଥିଲେ। କିନ୍ତୁ ସେଠାରେ ଉପଯୁକ୍ତ ଫିଟନେସ୍ ଉପଦେଶ ଦିଆଯାଇନଥିଲା।

hrithik-roshan

ଫଳରେ ସେ ଆରୋପ ଲଗାଇଛନ୍ତି କି ଏହା ଦ୍ବାରା ହ୍ରିତିକ ଲୋକଙ୍କୁ ଠକୁଥିବା ବେଳେ ଲୋକଙ୍କୁ ପଥଭ୍ରାନ୍ତ କରୁଥିବା କୁହାଯାଇଛି। ତେବେ ବର୍ତ୍ତମାନ ହ୍ରିତିକଙ୍କ ଅଭିନିତ ଫିଲ୍ମ ସୁପର-୩୦ ରିଲିଜ୍ ଅପେକ୍ଷାରେ ରହିଛି। ଫିଲ୍ମଟି ଜୁଲାଇ ୧୨ ତାରିଖରେ ସିନେମା ଘର ମାନଙ୍କରେ ନଜର ଆସିବ ବୋଲି ଖବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.