ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା’, ମେକଅପ୍ ଆର୍ଟିଷ୍ଟ ଭାବେ ଥିଲେ ବେଶ୍ ଜଣାଶୁଣା

ଯାଜପୁର(କେନ୍ଯୁଜ୍): ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଯଖପୁରା ରେଳ ଷ୍ଟେସନରେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ଗୁଡ୍ଡୁଙ୍କ ମା ଗୀତାଞ୍ଜଳୀ ଟ୍ରେନ୍ ରେ ଚଢୁଥିବା ସମୟରେ ଖସି ପଡ଼ିଥିଲେ । ଖୋର୍ଦ୍ଧା କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଗୁଡୁଙ୍କ ମାଆ ଓ ଭଉଣୀ କେନ୍ଦୁଝର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଗୁଡୁ ଓଡ଼ିଆ ସିନେମାରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହୋଇଥିବା ବେଳେ, କିଛି ଦିନ ତଳେ ତାଙ୍କର ବାହାଘର ହୋଇଥିଲା । ତେବେ ମା ଗୀତାଞ୍ଜଳୀ ମଧ୍ଯ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ମେକଅପ୍ ଆର୍ଟିଷ୍ଟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.