‘ପାତାଲ ଲୋକ’ରେ ମହିଳା ବିରୋଧୀ ଟିପ୍ପଣୀ ପାଇଁ ଅନୁଷ୍କାଙ୍କ ବିରୋଧରେ ମାମଲା ରୁଜୁ

ଅନୁଷ୍କା ଶର୍ମା ନିକଟରେ ତାଙ୍କର ୱେବ ସିରିଜ ‘ପାତାଲା ଲୋକ’ ଲଞ୍ଚ କରିଥିଲେ। ଲକଡାଉନ ଚାଲିଥିବା ବେଳେ ଅନୁଷ୍କାଙ୍କ ଏହି ଶୋକୁ ଦର୍ଶକେ ମଧ୍ୟ ବେଶ ପ୍ରଶଂସା କରିଥିଲେ। କିନ୍ତୁ ଅରୁଣାଚଳ ପ୍ରଦେଶରେ ଗୋରଖା ସଂଗଠନ ଏହି ସିରିଜକୁ ନେଇ ଅନୁଷ୍କାଙ୍କ ବିରୋଧରେ ମାମଲା ଦାୟର କରିଛି। ଏହି ସିରିଜର ଏକ ଦୃଶ୍ୟରେ ଗୋରଖା ସମୁଦାୟକୁ ନେଇ କଥିତ ‘ଲିଙ୍ଗ ଭେଦୀ ଟିପ୍ପଣୀ’ କରିବା ଯୋଗୁଁ ଏପରି ଅଭିଯୋଗ ହୋଇଛି। ତେଣୁ ଅନୁଷ୍କାଙ୍କ ବିରୋଧରେ ରାଷ୍ଟ୍ରୀୟ ମାନବିଧିକାର ଆୟୋଗରେ ମାମଲା ଦାୟର ହୋଇଛି।

lok

ଏହି ସଂଗଠନ ଅଭିଯୋଗରେ କହିଛି କି, ୱେବ ସିରିଜର ଦ୍ୱିତୀୟ ଏପିସୋଡରେ ମହିଳାଙ୍କ ବିରୋଧରେ ବ୍ୟବହାର ହୋଇଥିବା ଲିଙ୍ଗ ଭେଦୀ ଟିପ୍ପଣୀ ନେପାଳୀ ଭାଷା ଲୋକମାନଙ୍କ ପାଇଁ ଅପମାନ ସଦୃଶ। ଏହି ମହିଳା ବିରୋଧୀ ଟିପ୍ପଣୀ ଗୋରଖା ସମୁଦାୟ ଏବଂ ଦେଶରେ ଥିବା ନେପାଳୀ ଭାଷା ଲୋକଙ୍କ ଭାବନାକୁ ଆଘାତ ଦେଇଛି। ସେମାନେ କହିଛନ୍ତି କି, ଏହି ସିରିଜକୁ ବନ୍ଦ କରିଦିଆଯାଉନ ନଚେତ ପାତାଲ ଲୋକର ସମସ୍ତ ଟିମ୍‌ ସଦସ୍ୟ କ୍ଷମା ପ୍ରାର୍ଥନା କରନ୍ତୁ। ତାହା ଛଡା ଏହି ସିରିଜରେ ନେପାଳୀ ସମୁଦାୟର ଭାବନା, ଅପମାନଜନକ, ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବା ଏବଂ ଲଜ୍ୟାଜନକ ସମ୍ବାଦ ପ୍ରସ୍ତୁତ କରିବା ପାଇଁ ସୋସିଆଲ ମିଡିଆରେ ପ୍ରଥମରୁ କଡା ବିରୋଧ ଚାଲୁଥିଲା।

Leave A Reply

Your email address will not be published.