ପ୍ରଜ୍ଞାନ ଓଝାଙ୍କ ସ୍ମାଇଲ ଉପରେ କମେଣ୍ଟ କଲେ ରୋହିତ ଶର୍ମା, ରୈନା ଦେଲେ ଏମିତି ରିଆକ୍ସନ

ବର୍ତ୍ତମାନ ସମୟରେ କରୋନା ଭାଇରସ କାରଣରୁ ପୁରା ଦେଶରେ ଲକ ଡାଉନ ଜାରି କରାଯାଇଛି । ଏହି କାରଣରୁ କ୍ରିକେଟର ମାନେ ଘରେ ରହି ସମୟ କାଟିବା ପାଇଁ ସୋସିଆଲ ମିଡ଼ିଆକୁ ଏକମାତ୍ର ମାଧ୍ୟମ ଭାବେ ବାଛିଛନ୍ତି । ଏମିତିରେ ଭାରତୀୟ କ୍ରିକେଟ ଦଳର ଅନ୍ୟତମ ବରିଷ୍ଠ ଖେଳାଳି ରୋହିତ ଶର୍ମା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରୋହିତ ସୁରେଶ ରାଇନା ଓ ପ୍ରଜ୍ଞାନ ଓଝାଙ୍କ ସହ ନଜର ଆସିଛନ୍ତି । ଫଟୋ ଟିର ମୁଖ୍ୟ ଆକର୍ଷଣ ପାଲଟିଛି ପ୍ରଜ୍ଞାନଙ୍କ ହସ । ଫଟୋଟିର ରୋହିତ ପ୍ରଜ୍ଞାନଙ୍କ ହସକୁ ନେଇ ହିଁ କ୍ୟାପ୍ସନ ଲେଖିଛନ୍ତି । ରୋହିତ ଆହୁରି ମଧ୍ୟ ଲେଖିଛନ୍ତିକି, “୨୦୦୯ ମସିହାର ନ୍ୟୁଜିଲ୍ୟାଣ୍ଡ ଗସ୍ତ ମୋର ବହୁତ ମନେ ପଡୁଛି । ପ୍ରଜ୍ଞାନ ତମ ହସ ଖୁବ ସୁନ୍ଦର ।”

ରୋହିତଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କ ବ୍ୟତୀତ ଅନ୍ୟ ମାନେ ବି କମେନ୍ଟ

 

View this post on Instagram

 

( From the archive )First New Zealand tour for 3 of us way back in 2009 😊 remembering how beautiful your smile is Ojha 😉

A post shared by Rohit Sharma (@rohitsharma45) on

 

କରିଛନ୍ତି । ରାଇନା ନିଜ କମେନ୍ଟରେ ରୋହିତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତିକି, ତମର ନିଶ୍ଚିତ ରୂପେ ମନେ ଥିବ ପ୍ରଜ୍ଞାନଙ୍କ ଏହି ହସ ପଛର ରାଜ କଣ । ଲକ ଡାଉନରେ ଘରେ ଥିବା ସମୟରେ ନିଜ ପୁରୁଣା ସ୍ମୃତି ସବୁକୁ ସାଉଁଟି ବସିଛନ୍ତି ତିନି ଖେଳାଳି । କହିରଖିବା ଉଚିତ ହେବକି, ଓଝା ନିଜ କ୍ୟାରିୟରରେ ୨୪ ଟି ଟେଷ୍ଟ ମ୍ୟାଚ, ୧୮ ଟି ଏକଦିବସୀୟ , ୬ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ନିଜ କ୍ୟାରିୟରରେ ୧୧୩ ଟି ଵିକେଟ ନେଇଛନ୍ତି ପ୍ରଜ୍ଞାନ ।

ଚଳିତ ବର୍ଷ ହିଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ପ୍ରଜ୍ଞାନଙ୍କୁ ଏକ ଉତ୍ତମ ସ୍ପିନ ବୋଲର ଭାବେ ଧରାଯାଏ । ଅନ୍ୟପକ୍ଷରେ ଘରେ ରହିବି ରୋହିତ ଶର୍ମା ନିଜ ଫିଟନେସ ବଜାୟ ରଖିବାକୁ ଚେଷ୍ଟା ଚଳାଇଛନ୍ତି । ନିକଟରେ ହିଁ ନିଜ ଫେସବୁକ ଲାଇଭରେ ସେ କହିଛନ୍ତିକି ଲକ ଡାଉନ ପୂର୍ବରୁ ହିଁ ଫିଟ ନେସ ଟେଷ୍ଟ ଦେବାକୁ ସେ ପ୍ରସ୍ତୁତ ଥିଲେ । କିନ୍ତୁ ହଠାତ ଲକ ଡାଉନ ଜାରି ହେବାରୁ ସେ କରି ପାରିନଥିଲେ । ଦଳ ସହିତ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ଏନସିଏ ଯାଇ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଯେବେକି ଭାରତୀୟ ଦଳର ଅନ୍ୟତମ ଦ୍ରୁତ ବୋଲର ସାର୍ଦ୍ଧୁଲ ଠାକୁର ଘରୁ ବାହାରକୁ ଆସି ନିଜ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.