ଫିଲ୍ମ ଇଣ୍ଡଷ୍ଟ୍ରୀରେ କରୋନା ଆତଙ୍କ : ପାଣିରେ ପଡିଲା ୫୦୦ କୋଟି ଡଲାର, ବନ୍ଦ ହେଲା ସୁଟିଂ, ପ୍ରମୋସନାଲ ଇଭେଣ୍ଟ

କରୋନା ଭାଇରସ ନିଜର କାୟା ସମଗ୍ର ବିଶ୍ୱରେ ବିସ୍ତାର କରିବାରେ ଲାଗିଛି। ଚୀନରୁ ବ୍ୟାପିଥିବା ଏହି ରୋଗ ଏବେ ଭାରତରେ ମଧ୍ୟ ଏଣ୍ଟ୍ରି କଲାଣି। ଏପର୍ଯ୍ୟନ୍ତ ଭାରତରେ ୩୧ ଜଣଙ୍କୁ ଏହା ସଂକ୍ରମିତ ହୋଇଥିବା ଖବର ମିଳିଛି। କରୋନା ଯୋଗୁଁ ଶିଳ୍ପ ଇଣ୍ଡଷ୍ଟ୍ରୀ, ବାଣିଜ୍ୟିକ କ୍ଷେତ୍ର ଇତ୍ୟାଦିରେ ପ୍ରଭାବ ପଡିଥିଲା। କିନ୍ତୁ ଏବେ ଏହି ଭାଇରସ ଭୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପଡିଲାଣି। ଖାସ୍‌ ଏଥିପାଇଁ ବଲିଉଡରେ ଅନେକ ଫିଲ୍ମର ସୁଟିଂ, ପ୍ରମୋସନାଲ ଇଭେଣ୍ଟକୁ ମଧ୍ୟ ରଦ୍ଦ କରିଦିଆଯାଇଛି। ଏଥିପାଇଁ ସମଗ୍ର ବିଶ୍ୱରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ୫୦୦ କୋଟି ଡଲାର କ୍ଷତି ସହିବାକୁ ପଡିଛି।

bagi

ସୂଚନାଯୋଗ୍ୟ, କରୋନା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସାର୍ବଜନିକ ସ୍ଥାନ କିମ୍ବା ଭିଡ ଜାଗାରୁ ଲୋକମାନେ ନିଜକୁ ବଞ୍ଚାଇ ରଖିଛନ୍ତି। ଯାହାର ପ୍ରଭାବ ସିନେମା ହଲ ଏବଂ ଲାଇଭ ଶୋ ଉପରେ ପଡୁଛି। ଏବେ ବଲିଉଡର ଅନେକ ଫିଲ୍ମର ନିର୍ମାତା ରିଲିଜକୁ ମଧ୍ୟ ରୋକ୍‌ ଲଗାଇଛନ୍ତି। ପରିସ୍ଥିତି ଠିକ୍‌ ନହେବା ପର୍ଯ୍ୟନ୍ତ କୌଣସି ଫିଲ୍ମ ରିଲିଜ କରିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏବେ ବଲିଉଡରେ ଫିଲ୍ମ ‘ଗୁଲବୋ ସିତାବୋ, କୁଲି ନଂ ୧, ରାଧେ, ଲକ୍ଷ୍ମୀ ବମ୍‌, ବଣ୍ଟି ଔର ବବଲୀ ୨ ଭଳି ଫିଲ୍ମ ରିଲିଜ ହେବାକୁ ରହିଥିବା ବେଳେ ଏହି ଫିଲ୍ମ ଉପରେ ପ୍ରଭାବ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.