କ’ଣ ସତ ହେବ କି ଏହି ଭବିଷ୍ୟବାଣୀ? ବଜାରରେ ‘ଆଉଟ୍‌ ଅଫ୍‌ ଷ୍ଟକ୍‌’ ଦେଖାଇଲା ଲେଖିକା ସିଲଭିୟା ବ୍ରାଉନିଙ୍କ ପୁସ୍ତକ

ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଛି କରୋନା। କେବଳ ଚୀନ ନୁହେଁ, ୭୭ଟି ଦେଶରେ ଏହା କାୟାବିସ୍ତାର କରିସାରିଲାଣି। ଏହି ଘାତକ କରୋନା ଭାଇରସ୍‌କୁ ନେଇ ପୂର୍ବରୁ ହୋଇଥିଲା ଅନେକ ଭବିଷ୍ୟବାଣୀ। ଆମେରିକୀୟ ଲେଖକ ଡିନ୍‌ କୁଣ୍ଟଜ୍‌ଙ୍କ ପୁସ୍ତକ ଏହି ଭୟଙ୍କର ରୋଗକୁ ନେଇ ୪୦ ବର୍ଷ ପୂର୍ବରୁ ଚେତାବନୀ ଦେଇଥିଲା। ସେହିପରି ଆଉ ଜଣେ ଆମେରିକୀୟ ଲେଖିକା ମଧ୍ୟ ତାଙ୍କ ପୁସ୍ତକରେ କରୋନା ସହ ମେଳ ଖାଉଥିବା ଲକ୍ଷଣ ବିଷୟରେ ଉଲ୍ଲେଖ କରିଥିଲେ।

s4

ଆଉ ଏବେ ଏହି ପୁସ୍ତକକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଲେଖିକା ସିଲଭିୟା ବ୍ରାଉନି ୨୦୦୮ ଜୁଲାଇରେ ‘ଏଣ୍ଡ ଅଫ୍‌ ଡେଜ୍‌’ ନାମକ ଏକ ପୁସ୍ତକ ଲେଖିଥିଲେ। ବର୍ତ୍ତମାନ ବିଶ୍ୱର ୭୭ଟି ଦେଶକୁ ବ୍ୟାପିସାରିଥିବା କରୋନା ଭାଇରସ୍‌ର ଲକ୍ଷଣ ପୁସ୍ତକରେ ଉଲ୍ଲେଖ ହୋଇଥିବା ଲକ୍ଷଣ ସହିତ ତୁଳନୀୟ। ପୁସ୍ତକର ଏକ ଅନୁଚ୍ଛେଦରେ କୁହାଯାଇଛି ଯେ ‘୨୦୨୦ରେ ନିମୋନିଆ ଭଳି ଗମ୍ଭୀର ରୋଗ ପୂରା ବିଶ୍ୱକୁ କବଳିତ କରିବ। ଏହି ରୋଗ ଫୁସ୍‌ଫୁସ ଏବଂ ଶ୍ୱାସନଳୀକୁ ସଂକ୍ରମିତ କରିବ। କିନ୍ତୁ ଏହାର କୌଣସି ଚିକିତ୍ସା ନ ଥିବ’।

s55

ଏହି ଚେତାବନୀରୁ ଅନୁମାନ କରାଯାଉଛି, ବିଶ୍ୱ ଏହି ଗମ୍ଭୀର ରୋଗ କବଳକୁ ଆସିବ ବୋଲି ଲେଖିକାଙ୍କୁ ଅନେକ ବର୍ଷ ପୂର୍ବରୁ ଆଭାସ ମିଳିିସାରିଥିଲା। ଯଦିଓ ପୁସ୍ତକରେ ଲେଖାଯାଇଛି, ‘ଯେତିକି ବେଗରେ ଏହି ରୋଗ କାୟାବିସ୍ତାର କରିବ, ସେତିକି ବେଗରେ ଏହା ହଠାତ୍‌ କେଉଁଆଡ଼େ ଗାଏବ ହୋଇଯିବ। ଅର୍ଥାତ୍‌ ଅଚାନକ ଏହା ନଷ୍ଟ ହୋଇଯିବ। କିନ୍ତୁ ୧୦ ବର୍ଷ ପରେ ଏହା ପୁଣିଥରେ ଫେରିବ ଏବଂ ପୁଣିଥରେ ଗାଏବ ହୋଇଯିବ’।

df

ଲେଖିକା ସିଲଭିୟା ବ୍ରାଉନି ନିଜକୁ ଜଣେ ମନୋବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଗୁରୁ ବୋଲି କହୁଥିଲେ। ସେ ଏହା ବି ଦାବି କରୁଥିଲେ ଯେ ତାଙ୍କ ପାଖରେ ଅଲୌକିକ ଶକ୍ତି ଅଛି। ଟିଭି ଏବଂ ରେଡିଓରେ ତାଙ୍କର ଅନେକ ଶୋ’ ଆସୁଥିଲା। ୨୦୧୩ ନଭେମ୍ବର ୨୦ରେ ତାଙ୍କର ଦେହାନ୍ତ ହୋଇଥିଲା। ଅପରପକ୍ଷେ ବିଶ୍ୱରେ ଏବେ କରୋନାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବ୍ରାଉନିଙ୍କ ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହାଫଳରେ ପୁସ୍ତକ ବିକ୍ରି ବଢ଼ିଚାଲିଛି। ବ୍ରାଉନିଙ୍କ ଅଫିସିଆଲ େଓ୍ଵବ୍‌ସାଇଟ ମୁତାବକ, ବର୍ତ୍ତମାନ ଏହି ପୁସ୍ତକ ଷ୍ଟକ୍‌ରେ ନାହିଁ। ତାଙ୍କ ପୁଅ ଏହି େଓ୍ଵବ୍‌ସାଇଟକୁ ଚଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.