ଆମେରିକା ଗଟ୍ ଟ୍ୟାଲେଣ୍ଟ ଟାଇଟଲ ବାଜି ମାରିନେଲା ଭି. ଅନିବିଟେବୁଲ ଡ୍ୟାନ୍ସ ଗ୍ରୁପ, ଛୁଟୁଛି ଶୁଭେଚ୍ଛାର ସୁଅ
ମୁମ୍ବାଇର ଭି. ଅନବିଟେବୁଲ ଡ୍ୟାନ୍ସ ଗ୍ରୁପ ଆମେରିକା ଗଟ୍ ଟ୍ୟାଲେଣ୍ଟ ଶୋ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୨୯ଜଣ ଡ୍ୟାନ୍ସରକୁ ନେଇ ସୃଷ୍ଟ ଭି.ଅନ୍ବିଟେବୁଲ ଗ୍ରୁପ୍। ପୂର୍ବରୁ ଗ୍ରୁପ୍ର ସଦସ୍ୟମାନେ ଡ୍ୟାନ୍ସ ପ୍ଲସ ୪ ଏବଂ ଇଣ୍ଡିଆ ବନେଗା ଭଳି ଶୋ’ରେ ଭାଗନେଇଥିଲେ। ୨୦୧୯ରେ ଗ୍ରୁପ୍ ଆମେରିକା ଗଟ୍ ଟ୍ୟାଲେଣ୍ଟରେ ଭାଗ ନେଇ ଚତୁର୍ଥସ୍ଥାନ ହାସଲ କରିଥିଲା। ହେଲେ ଶୋ’ ଜିତିବା ଲକ୍ଷ୍ୟରେ ପୁଣି ଏହି ଗ୍ରୁପ୍ ଚଳିତ ବର୍ଷ ଭାଗ ନେଇଥିଲା। ଶେଷରେ ସେମାନଙ୍କ ସ୍ୱପ୍ନ ସାକାର ହୋଇଛି। ଗ୍ରୁପର ପିଲାଙ୍କ ନିଷ୍ଠା ଏବଂ ଅଦ୍ୟମ ପରିଶ୍ରମ ଯୋଗୁଁ ସେମାନେ ଏହି ଟାଇଟଲ ହାସଲ କରିପାରିଛନ୍ତି।
ଏହି ଗ୍ରୁପକୁ ବଲିଉଡରୁ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିଥିବା ବେଳେ ରଣବୀର ସିଂ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ଗ୍ରୁପ୍ ଷ୍ଟାର ପ୍ଲସରେ ପ୍ରସାରିତ ଡ୍ୟାନ୍ସ ପ୍ଲସ ୪ ସିଜିନର ବିଜେତା ହୋଇସାରିଥିଲା।