ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୀପିକା ଏବଂ କାର୍ତ୍ତିକଙ୍କ ମଜାଦାର୍ ଯୁକ୍ତିତର୍କ

ସୋସିଆଲ ମିଡିଆରେ ଦୀପିକା ପାଦୁକୋନ ଖୁବ୍ ଆକ୍ଟିଭ୍ ରହିଥାନ୍ତି। କିଛି ଦିନ ପୂର୍ବରୁ ସେ ପତି ରଣବୀର ସିଂହଙ୍କ ଜନ୍ମ ଦିନ ୱିଶ୍ କରିବା ସହ ତାଙ୍କସହ ଫଟୋ ସେୟାର କରିଥିଲେ। ଏହାପରେ ସେ ଜନ୍ମଦିନ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଦୀପିକା ଚାମଚରେ କେକ୍ କାଉଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ଯାନ୍ସମାନେ ମଧ୍ଯ ମଜାଦାର୍ କମେଣ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା କାର୍ତ୍ତିକ ଆର୍ୟନ ମଧ୍ଯ ଦୀପିକାଙ୍କ ଏହି ଭିଡିଓରେ ମଜାଦାର୍ କମେଣ୍ଟ କରିଛନ୍ତି।

 

View this post on Instagram

 

Checking myself out after eating birthday cake all week!🤪🥳🤤 🎂🍰🧁🍪🍨🍦🥧 #birthday #celebration

A post shared by Deepika Padukone (@deepikapadukone) on

ବାସ୍ତବରେ କାର୍ତ୍ତିକ ଆର୍ୟନ ଦୀପିକାଙ୍କ ଏହି ଭିଡିଓରେ ଚାମଚକୁ ଲକ୍ଷ୍ଯ କରି ଲେଖିଛନ୍ତି, ‘ଏହି ଚାମଚ୍ କେତେ ସଫା।’ କାର୍ତ୍ତିକଙ୍କର ଏହି କମେଣ୍ଟରେ ଦୀପିକା ମଧ୍ଯ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଦୀପିକା କାର୍ତ୍ତିକଙ୍କୁ ଲେଖିଛନ୍ତି, ‘କେବେ ଦେଖା ହୁଅ ତ ମତେ।’ ଏଭଳି ଘଟଣା ଦୀପିକା ଏବଂ କାର୍ତ୍ତିକଙ୍କ ପାଇଁ ନୂଆ ନୁହେଁ। ଆଗରୁ ସେମାନେ ମଧ୍ଯ ପରସ୍ପରଙ୍କ ଭିଡିଓରେ ମଜାଦାର୍ କମେଣ୍ଟ କରିଛନ୍ତି। ଏସବୁ ଭିତରେ ସଦୀପିକା ଏବଂ କାର୍ତ୍ତିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଏୟାରପୋର୍ଟରେ ଧିରେ-ଧିରେ ଗୀତରେ ଡ୍ଯାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ କାର୍ତ୍ତିକ ଦୀପିକାଙ୍କୁ ନିଜ ଗୀତର ଷ୍ଟେପ୍ସ ଶିଖାଉଥିବାର ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.