IPS ସ୍ତରରେ ବଡ ଧରଣର ଅଦଳ ବଦଳ, ସାଗରିକାଙ୍କ ସ୍ଥାନରେ ଆସିଲେ ସୌମ୍ଯା

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳ ବଦଳ। ବଦଳିଲେ କଟକ, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି । ଭୁବନେଶ୍ୱର ଡିସିପି ହେଲେ ପୁରୀ ଏସପି ଉମାଶଙ୍କର ଦାସ । ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବରେ ନୂଆ ନିଯୁକ୍ତି ମିଳିଛି । ପୁରୀ ଏସପି ହୋଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ । ତାଙ୍କ ସ୍ଥାନରେ କନ୍ଧମାଳ ଏସପି ପ୍ରତୀକ ସିଂହ କଟକ ଡିସିପି ଦାୟିତ୍ୱ ସମ୍ଭାଳିବେ ।

ବଦଳିଲେ ଟ୍ରାଫିକ ଡିସିପି ସାଗରିକା ନାଥ । ସୁନ୍ଦରଗଡ଼ ଏସପି ଭାବରେ ତାଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନ ନେବେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର । ନୂଆପଡ଼ା ଏସପି ଭୀନିତ ଅଗ୍ରଓ୍ଵାଲଙ୍କୁ କନ୍ଧମାଳ ଏସପି ଭାବରେ ବଦଳି କରାଯାଇଛି ।

ips

ଦେବଗଡ଼ ଏସପି ରାହୁଲ ଜୈନ ହୋଇଛନ୍ତି ନୂଆପଡ଼ା ଏସପି । ଏସ୍‌. ପି. ଜମାଦାରଙ୍କୁ ଦେବଗଡ଼ ଏସପି ଭାବରେ ମିଳିଛି ନୂଆ ନିଯୁକ୍ତି । ବଦଳିଲେ ଗଜପତି ଏସପି ସାରା ଶର୍ମା । ତାଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଥିବା ବେଳେ ତପନ ପଟ୍ଟନାୟକଙ୍କୁ ଗଜପତି ଏସପି ଭାବରେ ନିଯୁକ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.