ଇଭେଣ୍ଟରେ ଡ୍ୟାନ୍ସ କଲାବେଳେ ଫାଟିଗଲା ରଣବୀରଙ୍କ ପ୍ୟାଣ୍ଟ, ଲୋକଙ୍କ ସାମ୍ନାରେ ଦୀପିକା କଲେ ଏଭଳି କାମ

ବଲିଉଡର ଲୋକପ୍ରିୟ କପଲ୍‌ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଦର୍ଶକଙ୍କ ମନରେ ରାଜ୍‌ କରିଥାନ୍ତି। ଉଭୟଙ୍କ ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଥାନ୍ତି। ସୂଚନା ମୁତାବକ ଦୀପିକା ନିଜ ପତିଙ୍କ ବିଷୟରେ ଏଭଳି କିଛି ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଦୀପିକା କହିଛନ୍ତି ଥରେ ଗୋଟେ ଇଭେଣ୍ଟରେ ଡ୍ୟାନ୍ସ କରିବା ସମୟରେ ରଣବୀରଙ୍କ ପ୍ୟାଣ୍ଟ ଫାଟି ଯାଇଥିଲା।

Deepikaଦ କପିଲ ଶର୍ମା ଶୋ’ରେ ପହଞ୍ଚି ଦୀପିକା ନିଜ ଜୀବନର ଅନେକ ରାଜ୍‌ ବିଷୟରେ ଖୁଲାସା କରିଥିଲେ। ଏହି ଶୋ’ ରେ ସେ ରଣବୀରଙ୍କ ବିଷୟରେ କିଛି ଖୁଲାସା କରିଥିଲେ। ସେ କହିଥିଲେ ପତିଙ୍କ ବଦମାସୀ ପାଇଁ ମତେ ସବୁବେଳେ ସାବଧାନ ରହିବାକୁ ପଡିଥାଏ। ଦୀପିକା ଏହା ମଧ୍ୟ କହିଛନ୍ତି, ‘ଆମେ ବାର୍ସିଲୋନାର ଏକ ମ୍ୟୁଜିକ୍‌ ଫେଷ୍ଟଭାଲରେ ଥିବା ସମୟରେ ରଣବୀର ଏଭଳି ଅଜୀବ୍‌ ଡ୍ୟାନ୍ସ କରିବା ସମୟରେ ତାଙ୍କର ପ୍ୟାଣ୍ଟ ଫାଟି ଯାଇଥିଲା। ଏହି ସମୟରେ ମୁଁ ଏହି ଫେଷ୍ଟିଭାଲ ମଝିରେ ତାଙ୍କର ପ୍ୟାଣ୍ଟ ସିଲେଇ କରିବା ବେଳେ ମୋ ଚାରିପଟେ ଲୋକମାନେ ନାଚିଥିଲେ।

Deepika-Padukoneସୂଚନା ମୁତାବକ ବର୍ତ୍ତମାନ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ନୂଆ ଘରକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ରଣବୀର ଏବେ ଦୀପିକାଙ୍କ ପ୍ଲାଟ ନିକଟରେ ନିଜର ଏକ ପ୍ଲାଟ ତିନି ବର୍ଷ ପାଇଁ କିଣିଛନ୍ତି। ଏହି ଫ୍ଲାଟର ଗୋଟିଏ ମାସର ଦାମ୍‌ ୭. ୯୭ ଲକ୍ଷ। ରଣବୀର ଏହି ଫ୍ଲାଟ ନିଜ ପାଇଁ ବା କୌଣସି କାମ ପାଇଁ କିଣିଛନ୍ତି ସେ ନେଇ କୌଣସି ସୂଚନା ଜଣାପଡିନି। ଦୀପିକା ଏବଂ ରଣବୀର ବହୁତ ସମୟ ପରସ୍ପର ଡେଟ୍‌ କରିବା ପରେ ୨୦୧୮ ବର୍ଷ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.