Below header

ଫିଲ୍ମ ‘ଭାରତ’ର ରିଲିଜ୍ କୁ ନେଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’କୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗତ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ସୂଚନା ଅନୁଯାୟୀ, ସଲମାନ୍‌ ଖାନ ଅଭିନୀତ ଫିଲ୍ମ ‘ଭାରତ’ ୫ ଜୁନ୍‌ ୨୦୧୯ରେ ରିଲିଜ୍‌ ହେବାକୁ ଥିବା ବେଳେ ଏ ନେଇ ଦିଲ୍ଲୀ ହାଇକୋର୍ଟ ଗତ ସୋମବାର ଦିନ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ର ପ୍ରଦର୍ଶନ ଉପରେ ଲଗାଯାଇଥିବା ପିଟିସନ୍ ଖାରଜ କରିଛନ୍ତି।

bharat filmଦେଶର ନାମ ରଖାଯାଇଥିବା ଏହି ଫିଲ୍ମ ସାଂସ୍କୃତିକ ଏବଂ ରାଜନୈତିକ ଛବି ଉପରେ ଖରାପ ପ୍ରଭାବ ପକାଇବ ବୋଲି ଉଲ୍ଲେଖ କରାଯାଇଛି। ଫିଲ୍ମର ଟାଇଟେଲ୍ ଭାରତୀୟ ସମ୍ବିଧାନର ପ୍ରତୀକ ଏବଂ ନାମ ଅଧିନିୟମ (ଅନୁଚିତ ଉପଯୋଗ)ର ଧାରା ୩ର ଉଲ୍ଲଘଂନ ଅଟେ। ଏହି କାରଣରୁ ‘ଭାରତ’ ଶଦ୍ଦର ବ୍ୟବହାର କମର୍ସିୟାଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ଉଲ୍ଲେଖ କରାଯାଇଥିଲା।

ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଏହି ମାମଲାକୁ ଖାରଜ କରିବା ସହିତ ୫ ଜୁନ୍‌ରେ ଏହି ରିଲିଜ୍‌ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.