Below header

ରାଜସ୍ଥାନର ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମାଡ ମାରି ଅଡୁଆରେ ଡାକ୍ତର, ଭିଡିଓ ଭାଇରାଲ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଜୟପୁର: ରାଜସ୍ଥାନର ଜୟପୁର ଠାରେ ଏକ ଅମାନବୀୟ ଘଟଣା ଘଟିଛି । ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୟପୁର ସୱାଇ ମାନସିଂହ ମେଡିକାଲ କଲେଜ୍‌ରେ ଗତ ରବିବାର ଦିନ ଘଟିଥିବା ଜଣାପଡିଛି ।

smsତେବେ ବାଡଉଥିବା ଡାକ୍ତର ଜଣଙ୍କ ଏକ ରେସିଡେଣ୍ଟ ଡାକ୍ତର ହୋଇଥିବାବେଳେ ରୋଗୀମାନଙ୍କୁ ଦେଖିବା ପାଇଁ ଆସିଥିଲେ। ଏହି ସମୟରେ ହଠାତ୍ ଜଣେ ରୋଗୀଙ୍କୁ ସେ ମାଡ ମାରିଥିଲେ। ଏପରି କି ବେଡ୍‌ ଉପରେ ଚଢ଼ି ଡାକ୍ତର ଜଣଙ୍କ ରୋଗୀଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ପାଖରେ ଉପସ୍ଥିତ ଥିବା କେହି ଜଣେ ବ୍ଯକ୍ତି ଏହାକୁ କ୍ଯାମେରା କଏଦ କହରି ନେଇଥିଲେ । ତେବେ ସେଠାରେ ଥିବା ଅନ୍ୟ ଡାକ୍ତରମାନେ ମାଡ଼ ମାରୁଥିବା ଡାକ୍ତରଙ୍କୁ ଅଟକାଇଥିଲେ।

doctorଏନେଇ ଜଣାପଡିବା ପରେ ସ୍ବାସ୍ଥ୍ଯ ମନ୍ତ୍ରୀ ରଘୁ ଶର୍ମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ମାନବ ଅଧିକାର ଆୟୋଗ ମଧ୍ଯ ହସ୍ପିଟାଲକୁ ନୋଟିସ୍ ପଠାଇ ଜବାବ ମାଗିଛି ।

ଦେଖନ୍ତୁ ଭିଡିଓ :


video courtesy :NEWS NATION

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.