ଭିଡର ଫାଇଦା ନେଇ ଅଭିନେତ୍ରୀଙ୍କୁ ଜବରଦସ୍ତ କିସ୍ କରିବାକୁ ଲାଗିଲେ ଜଣେ ଫ୍ୟାନ୍, ଦେଖନ୍ତୁ ଭିଡିଓ

ହଲିଉଡ୍ ସିଙ୍ଗର-ଅଭିନେତ୍ରୀ ମାଇଲୀ ସାଇରସଙ୍କୁ ଜଣେ ଫ୍ୟାନଙ୍କର ଦୁର୍ବ୍ୟବହାରକୁ ସାମ୍ନା କରିବାକୁ ପଡିଛି। ଜଣେ ଫ୍ୟାନ୍ ମାଇଲୀଙ୍କୁ ଭିଡର ଫାଇଦା ଉଠାଇ ଜବରଦସ୍ତ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲା। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସିଙ୍ଗର ଏକ ପ୍ରୋଗ୍ରାମ କରିବାକୁ ଯାଇଥିଲେ। ସେ ତାଙ୍କ ସ୍ବାମୀଙ୍କ ସହିତ ହୋଟେଲର ବାହାରକୁ ବାହାରୁଥିଲେ।

ଏହି ସମୟରେ ମିଡିଆ ବହୁତ ଜମା ହୋଇଗଲେ ଏବଂ ସଙ୍ଗେ ସଙ୍ଗେ ବହୁତ ଭିଡ ହୋଇଗଲା। ଏଥିମଧ୍ୟରେ ଭିଡର ଫାଇଦା ଉଠାଇ ଫ୍ୟାନ ତାଙ୍କୁ ନିଜ ଆଡକୁ ଟାଣି ଜବରଦସ୍ତ ଚୁମ୍ବନ ଦେଇଦେଲେ। ତାଙ୍କୁ ସୁରକ୍ଷତି ସ୍ଥାନକୁ ନେବା ପାଇଁ ବଡିଗାର୍ଡକୁ ଆସିବାକୁ ପଡିଲା।
ଏହି ଘଟଣା ପରେ ମାଇଲୀଙ୍କୁ ଜବରଦସ୍ତି ଚମ୍ବନ ଦେଇଥିବା ବ୍ୟକ୍ତିଙ୍କର ବହୁତ ଆଲୋଚନା ହେଉଛି।

mailyଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭିଡିଓଟିକୁ ମାଇଲୀ କ୍ଲିପ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଏହା ସହିତ ଲେଖାହୋଇଛି –‘ମୁଁ ସମ୍ପୁର୍ଣ୍ଣ ଭାବରେ ନିରାଶ। କିଛି ଫ୍ୟାନଙ୍କୁ ଜାଣିବା ଆବଶ୍ୟକ ଯେ ବ୍ୟକ୍ତିଗତ ସ୍ଥାନର ମାନେ କଣ ଅଟେ। ଆପଣଙ୍କୁ ତାଙ୍କୁ ସମ୍ମାନ ଦେବା ଆବଶ୍ୟକ। ସେ ଏହି ଘଟଣା ପରେ ବହୁତ ଡରି ଯାଇଛନ୍ତି।’

ମାଇଲୀ ସାଇରସ ହଲିଉଡର ଜଣେ ଜଣାଶୁଣା ସିଙ୍ଗର ଏବଂ ଅଭିନେତ୍ରୀ। ସେ ବହୁତ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.