Below header

ଦୁବାଇରେ ଫସି ରହିଥିବା ସୋନୁ ନିଗମଙ୍କୁ ତୁରନ୍ତ ଗିରଫ କରିବାକୁ ନେଇ ଜୋର ଧରିଲା ଦାବି, ଜାଣନ୍ତୁ କ’ଣ ଏହି କାରଣ

ବଲିଉଡ ସିଙ୍ଗର ସୋନୁ ନିଗମ କରୋନା ଲକଡାଉନ ଯୋଗୁ ଏବେ ନିଜ ପରିବାର ସହ ଦୁବାଇରେ ଫସିରହିଛନ୍ତି ଏବଂ ଦେଶକୁ ଫେରିପାରୁ ନାହାନ୍ତି। ଏ ନେଇ ସୋନୁ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତେବେ ଏହାରି ଭିତରେ ଏକ ପୁରୁଣା ବିବାଦକୁ ନେଇ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୂଚନାଥାଉ କି, ପାଖାପାଖି 3 ବର୍ଷ ତଳେ ସେ ‘ଅଜାନ’କୁ ନେଇ କିଛି ଟୁଇଟ କରିଥିଲେ। ଏବେ ଏହାକୁ ନେଇ ଲୋକେ ତାଙ୍କୁ ପ୍ରଶ୍ନ କରିଛନ୍ତି କି, ‘ବର୍ତ୍ତମାନ ସେ ଦୁବାଇରେ ଫସିରହିଛନ୍ତି ତ କ’ଣ ତାଙ୍କୁ ‘ଅଜାନ’ର ଆବାଜରେ ସମସ୍ୟା ହେଉନାହିଁ’?

ହଠାତ ସୋନୁଙ୍କ ପୁରୁଣା ଟୁଇଟ୍ସର ସ୍କ୍ରିନସଟ ଭାଇରଲ ହେବାରେ ଲାଗିଛି। ଲୋକେ ଦୁବାଇ ପୋଲିସ ପାଖରେ ତାଙ୍କ ଗିରଫଦାରୀ ପାଇଁ ଦାବି କରିଛନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କ ଗିରଫଦାରୀକୁ ନେଇ କୁହାଯାଉଛି, ସୋନୁ ନିଗମଙ୍କୁ ଭାରତରେ ‘ଅଜାନ’ ଯୋଗୁ ବହୁତ ସମସ୍ୟା ହେଉଥିଲା। ଲକଡାଉନ ବେଳେ ସେ ଏବେ ଦୁବାଇରେ ଅଛନ୍ତି ତ ଦୁବାଇ ପୋଲିସ ତାଙ୍କ ସମସ୍ୟାର ସମାଧାନ କରିବା ଉଚିତ।

କହି ରଖୁଛୁ, ସୋନୁ ନିଗମ ପାଖାପାଖି 3 ବର୍ଷ ତଳେ ‘ଅଜାନ’କୁ ନେଇ ଏକ ଟୁଇଟ କରିଥିଲେ, ଯାହାକୁ ନେଇ ସେତେବେଳେ ଖୁବ ହଙ୍ଗାମା ହୋଇଥିଲା। ଏହାପରେ ସୋନୁ ନିଜ ଟୁଇଟର ଆକାଉଣ୍ଟକୁ ବି ଡିଲେଟ କରିଦେଇଥିଲେ। ଟୁଇଟରରେ ସୋନୁ କହିଥିଲେ କି, ‘ମୁଁ ଜଣେ ହିନ୍ଦୁ। କିନ୍ତୁ ତଥାପି ସକାଳେ ମୋତେ ‘ଅଜାନ’ ଆବାଜରେ ଉଠିବାକୁ ପଡୁଛି। ଭାରତରେ ଧର୍ମର ଏହି ଜବରଦସ୍ତି ଶେଷ ହେବା ଦରକାର’। ବର୍ତ୍ତମାନ ସୋନୁଙ୍କର ସେହି ଟୁଇଟ ପୁଣିଥରେ ଭାଇରଲ ହେଉଛି। ଲୋକେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.