Below header

ଲକଡାଉନ ଛଡେଇ ନେଇଥିଲା ଦୃଷ୍ଟିହୀନ ପରିବାରର ପେଟର ଦାନା, କେନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତା ପାଇଁ ଆଗେଇ ଆସିଲା ସାମାଜିକ ସଂଗଠନ

ଟାଙ୍ଗି(କେନ୍ୟୁଜ):ଘରେ ନଥିଲା ପେଟ ପୋଷିବାକୁ ଦାନ । ଲକଡାଉନ ପାଇଁ ଗଣ୍ଡେ ଖାଇ ଦାଣ୍ଡେ ବଞ୍ଚିବା ବି କଷ୍ଟକର ହୋଇପଡିଥିଲା ଏହି ଦୃଷ୍ଟିହୀନ ପରିବାରରେ । ଯାହାର ଖବରକୁ ଆମେ ଗତ ୧୮ ତାରଖରେ ଜନମାନସରେ ପ୍ରକାଶ କରିଥିଲୁ। ଆଉ ଏବେ ଆମ ଖବର ଦେଖି ରାଜଧାନୀ ଭୁବନେଶ୍ୱରରୁ ସହାୟତା ହାତ ଲମ୍ବି ଆସିଛି ଏହି ଦୃଷ୍ଟିହୀନ ପରିବାର ପାଖକୁ । ଜାତୀୟ ସ୍ଥରର ସାମାଜିକ ସଂଗଠନର କର୍ମୀ ସରୋଜ ଓ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଇସ୍‌ଓାର୍ଡ୍ୱ ଅନୁଷ୍ଠାନର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ କେନ୍ୟୁଜର ଟାଙ୍ଗି ବ୍ଲକ ରିପୋର୍ଟରଙ୍କ ସହ ଯୋଗ ଯୋଗ କରି
ଦୃଷ୍ଟିହୀନ ପରିବାରକୁ ଚାଉଳ,ଡାଲି, ତେଲ , ଲୁଣ, ପନିପରବା ସହ ଛୋଟ ପିଲାଙ୍କ ପାଇଁ ବିସ୍କୁଟ ଓ ଅନ୍ୟାନ୍ୟ ଅତି ଆବଶ୍ୟକିୟ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ଏଥିପାଇଁ ସେହି ପରିବାର ଓ ଗ୍ରାମବାସୀ ତରଫରୁ କେନ୍ୟୁଜର ଟିମ୍, ସାମାଜିକ ସଂଗଠନ ଗୁଞ୍ଜ ଓ ଇସ୍‌ଓାର୍ଡ୍ୱକୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏଭଳି ସାମାଜିକ ସଂଗଠନ ମାଧ୍ୟମରେ ମାନବ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୁଂ ଗୁପ୍ତା ଓ ଓଡିଶା ମୁଖ୍ୟ ଶ୍ରୀ ସୁରେଶ କୁମାରଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଧନ୍ୟବାଦ ଦେଇଛନ୍ତି ।
 ଆମେ ଦେଖାଇଥିଲୁ ସେହି ଦୃଷ୍ଟିହୀନ ପରିବାର କଥା । ପରିବାରେ ୧୩ ଜଣଙ୍କ ମଧ୍ୟରୁ ୭ ଜଣ ଜନ୍ମରୁ ଅନ୍ଧ ।ସେମାନେ ଟ୍ରେନ ଓ ଗାଁ ଗାଁ ବୁଲି ଭିକ୍ଷାବୃତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ।

କିନ୍ତୁ କରୋନା ପ୍ରକୋପ ପାଇଁ ସାରା ଦେଶ ଲକଡାଉନ ହୋଇଥିବାରୁ,ଏଭଳି ପରିସ୍ଥତିରେ ନାନା ଅସୁବିଧାରେ ଥିଲେ ଏହି ଗରିବ ଦୃଷ୍ଟିହିନ ପରିବାର । ସେମାନେ ଭୋଗୁଥିବା ଦୁର୍ଦଶାକୁ ଆମେ କେନ୍ୟୁଜରେ ପ୍ରସାରଣ କରିଥିଲୁ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.