Below header

କରୋନାରେ ଦୁଇ ଦୁଇଥର ନେଗେଟିଭ୍‌ ଆସିବା ପରେ ମଲଟି ଅର୍ଗାନ୍‌ ଫେଲୁୟର ଯୋଗୁଁ ମୃତ୍ୟୁ ଘଟିଛି ୪୪ ନମ୍ବର ଆକ୍ରାନ୍ତଙ୍କର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ମେଦିନୀପୁରରୁ ଭୁବନେଶ୍ୱର ଆସିଥିଲେ । ତାଙ୍କ ବୟସ ୭୦ ବର୍ଷ । ସେ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଥିଲେ ।

ଯାହା ସୂଚନା ରହିଛି ଏହି ୪୪ ନମ୍ବର ବ୍ୟକ୍ତି ଜଣକ ଭୁବନେଶ୍ୱର ଆସି ଚିକିତ୍ସିତ ହେବା ପରେ କରୋନାରୁ ମୁକ୍ତ ହୋଇଥିଲେ । ତାଙ୍କର ଦୁଇ ଦୁଇଥର କରୋନା ନେଗେଟିଭ୍‌ ଆସିଥିଲା । ତେବେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଡିସଚାର୍ଜ କରାନଯାଇ ହସପିଟାଲରେ ରଖାଯାଇଥିଲା । ଆଜି ସକାଳେ ତାଙ୍କର ମଲଟି ଅର୍ଗାନ୍‌ ଫେଲୁଅର ଯୋଗୁଁ ମୃତ୍ୟୁ ହୋଇଯାଇଛି ।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ଯେ ୪୪ ନମ୍ବର କରୋନା ଆକ୍ରାନ୍ତ କୋଭିଡ୍‌ରେ ନୁହେଁ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.