ମିଲିନ୍ଦ ସୋମନଙ୍କ ପ୍ଲାଜମା ନେବାକୁ ମନା କରିଦେଲେ ଡାକ୍ତର, ନିରାଶ ହୋଇ ଫେରିଲେ ଘରକୁ

କିଛିଦିନ ପୂର୍ବେ ଅଭିନେତା ମିଲିନ୍ଦ ସୋମନ କରୋନା ଭାଇରସର ଶିକାର ହୋଇଥିଲେ। ଏବେ ସେ ଠିକ ହୋଇ ସାରିଛନ୍ତି। ନିଜେ ଫିଟ ହେବା ପରେ ମିଲିନ୍ଦ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ଲାଜ୍ମା ଡୋନେଟ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଡାକ୍ତର ମିଲିନ୍ଦଙ୍କ ପ୍ଲାଜ୍ମା ନେବାକୁ ମନା କରିଦେଇଛନ୍ତି ଏବଂ ଏଥିରେ ନିରାଶ ହୋଇ ମିଲିନ୍ଦ ଘରକୁ ଫେରିଛନ୍ତି।

ଏ ନେଇ ମିଲିନ୍ଦ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆଜି ପ୍ଲାଜ୍ମା ଡୋନେଟ କରିବା ପାଇଁ ମୁମ୍ବାଇ ଯାଇଥିଲି। କିନ୍ତୁ ମୋ ପାଖରେ ପୂରା ଆଣ୍ଟିବଡିଜ ନ ଥିଲା। ଯଦିଓ ପ୍ଲାଜ୍ମା ଥେରାପି ୧୦୦ ପ୍ରତିଶତ ପ୍ରଭାବଶାଳୀ ପ୍ରମାଣିତ ହୋଇନାହିଁ। କିନ୍ତୁ ଏହାକୁ ସହାୟକ ଭାବେ ଗ୍ରହଣ କରାଯାଉଛି। ଏଥିପାଇଁ ମୁଁ ଭାବିଲି କି, ମୁଁ ଯାହା କିଛି ମୋ ଆଡୁ କରିପାରିବି, ମୋତେ କରିବା ଦରକାର’।

କାହିଁକି ନେଲେ ନାହିଁ ପ୍ଲାଜ୍ମା

ମିଲିନ୍ଦ ଆଗକୁ କହିଥିଲେ, ‘ଆଣ୍ଟିବଡିଜ କମ ହେବାର ଅର୍ଥ ହେଉଛି କି, ମୋଠାରେ ହାଲୁକା ଲକ୍ଷଣ ଥିଲା ଏବଂ ମୁଁ ଆଉ ଏକ ସଂକ୍ରମଣ ସହ ଲଢ଼ି ପାରିବି। କିନ୍ତୁ ଅନ୍ୟ କାହାକୁ ସାହାଯ୍ୟ କରିପାରିବି ନାହିଁ। ମୁଁ ଟିକେ ନିରାଶ ଅଛି’।

 

View this post on Instagram

 

A post shared by Milind Usha Soman (@milindrunning)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.