ଯାଜପୁର ରୋଡ଼ : ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୋଲିସ୍‌ ମାଡ଼ ମାରିଥିବା ନେଇ ଅତିରିକ୍ତ ଏସ୍‌ପିଙ୍କ ନିକଟରେ ଫେରାଦ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଏ କରୋନା କାଳରେ ପୋଲିସର ବର୍ବରତା । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଓ ବୃଦ୍ଧାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୂଆଗାଁର ଦିବ୍ୟାଙ୍ଗ ବ୍ୟକ୍ତି ଲମ୍ବୋଦର ମହାନ୍ତ ଓ ତାଙ୍କ ମାଉସୀ କାଜରି ମହାନ୍ତଙ୍କୁ ସୁକିନ୍ଦା ଥାନାର କିଛି କର୍ମଚାରୀ ମାଡ଼ ମାରିଥିବା କଳିଙ୍ଗ ନଗର ଅତିରିକ୍ତ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଲମ୍ବୋଦରଙ୍କ ସମ୍ପର୍କୀୟ ଭାଣିଜୀ ଜ୍ଵାଇଁ ଟ୍ରକ ଚାଳକ ଭାବେ କାମ କରନ୍ତି । ଏକ ଦୁର୍ଘଟଣାକୁ ନେଇ ସୁକିନ୍ଦା ଥାନାରେ ତାଙ୍କ ନାଁରେ ମାମଲା ରହିଛି । ପୋଲିସ ତାଙ୍କୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ଫେରାର ଅଛି । ଗତ ୧୬ ତାରିଖ ବିଳମ୍ବିତ ରାତିରେ ପୋଲିସ ଲମ୍ବୋଦରଙ୍କୁ ଖୋଜି ତାଙ୍କ ଘରେ ପହଞ୍ଚି ଲମ୍ବୋଦର ଓ ତାଙ୍କ ମାଉସୀଙ୍କୁ ପଚାରାଉଚରା କରିବା ସହ ମାଡ଼ ମାରିଥିଲେ ।

ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣାର ତଦନ୍ତ କରି ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଏସପିଙ୍କ ନିକଟରେ ଦାବି ଜଣାଇଛନ୍ତି । ତେବେ ଏ ନେଇ ପୋଲିସ୍‌ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.