ଭୁଲରେ ମଧ୍ୟ ପିଲାଙ୍କ ସାଥିରେ ଦେଖନ୍ତୁ ନାହିଁ ଏହି ଫିଲ୍ମ

ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଥମେ ସେନ୍ସର ବୋର୍ଡ ଠାରୁ ଅତିକ୍ରମ ହୋଇ ଆସିଥାଏ।ସେନ୍ସର ବୋର୍ଡ ଫିଲ୍ମର ବହୁତ ଆପତ୍ତିଜନକ ସିନକୁ କାଟି ଦେଇଥାଏ। ଏହାସତ୍ତ୍ବେ ମଧ୍ୟ ଫିଲ୍ମରେ ଏମିତି କିଛି ସିନ ଥାଏ ଯାହାକୁ ଆପଣ ଏକାକି ଦେଖିପାରିବେ ହେଲେ ଆପଣଙ୍କ ପିଲାକୁ ଏହାକୁ ଦେଖାଇବା ପାଇଁ ଚାହିଁବେନି। ଆମେ ଆପଣଙ୍କୁ ଏହି ୫ଟି ବଲିଉଡ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହାକୁ ପିଲାମାନଙ୍କ ଆଗରେ କେବେବି ଦେଖନ୍ତୁ ନାହିଁ କିମ୍ବା ଦେଖିବାକୁ ଦିଅନ୍ତୁ ନାହିଁ।
’ବିଏପାସ ଫିଲ୍ମ’ ଏମିତି ଏକ ଫିଲ୍ମ ଯାହା ପିଲାମାନଙ୍କ ଉପରେ ଖରାପ ପ୍ରବାଭ ପକାଇଥାଏ। କାରଣ ଏହି ଫିଲ୍ମରେ ଏକ ଛାତ୍ର ବାପା,ମା’ଙ୍କର ମ୍ରୁତ୍ୟୁ ହେଲାପରେ ନିଜର ଭଉଣୀର ଭବିଷ୍ୟତ ପାଇଁ ଏକ ମହିଳାଙ୍କ ସହିତ ସମ୍ବଦ୍ଧ ରଖିବାକୁ ପଡିଥିଲା।
ୟଶରାଜ ବେନରରେ ନିର୍ମିତ ହୋଇଥିବା ଫିଲ୍ମ ’ବଣ୍ଟି ୱର ବବଲି’ ଦୁଇଟି ଚୋରଙ୍କ ଉପରେ ଆଧାରିତ। ଯାହା ପାଇଁ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ଖରାପ ଦିଗକୁ ଯାଇପାରେ।
ଫିଲ୍ମ ’ଇଶ୍କଜାଦେ’ର କାହାଣୀରେ ଏକ ସାଧାରଣ ପୁଅ ଏକ ରାଜନୈତିକ ପରିବାରର ଝିଅ ସହିତ ଲୁଚିକରି ବାହାହେଇ ଯାଉଛି। ଏହି କଥା ଜାଣିବା ପରେ ଝିଅର ପରିବାର ଲୋକେ ବହୁତ ହଙ୍ଗାମା କରିଥିଲେ। ଫିଲ୍ମରେ ମାଡପିଟ ସହିତ ଅଶ୍ଳିଳ ଭାଷାର ମଧ୍ୟ ପ୍ରୟୋଗ କରାଯାଇଛି ଯାହା ଆପଣଙ୍କ ପିଲାମାନଙ୍କ ପାଇଁ ଆଦୌ ଭଲ ନୁହେଁ।
ଫିଲ୍ବ ’ଦେବ ଡି’ ସମ୍ପୂର୍ଣ୍ଣ ଡ୍ରଗ୍ସ ଏବଂ ମଦ୍ୟପାନ ଉପରେ ଆଧାରିତ ଯାହା ପିଲାମାନଙ୍କ ଜୀବନକୁ ବର୍ବାଦ କରିଦେଇଥାଏ।
ଫିଲ୍ମ ’ଗୁଣ୍ଡେ’ର କାହାଣୀ ପିଲାବେଳର ଦୁଇଟି ସାଙ୍ଗଙ୍କ ଉପରେ ଆଧାରିତ। ଜଣେ ଜଣକ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି। କିନ୍ତୁ ସେହି ଦୁହିଁଙ୍କ ଜୀବନକୁ ଏକ ଝିଅ ଆସିବା ପରେ ସେମାନେ ଜଣେ ଜଣକର ଜୀବନ ନେବାକୁ ପ୍ରସ୍ତୁତ ହୋଇଗଲେ। ତେବେ ଏହି ଫିଲ୍ମକୁ ଦେଖିଲା ପରେ ପିଲା ମାନଙ୍କ ଉପରେ କୁପ୍ରବାଭ ପଡିଥାଏ।