ଏହି କାରଣରୁ ପୁଅ ରଣବୀର ସହିତ ରହୁ ନାହାନ୍ତି ନୀତୁ କପୁର, ସାକ୍ଷାତକାରରେ ଅଭିନେତ୍ରୀ ନିଜେ କଲେ ଖୁଲାସା

ବଲିଉଡ ଅଭିନେତ୍ରୀ ନୀତୁ କପୁର ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅନେକ ବିଷୟରେ କଥା ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ସେ ନିଜ ପିଲାଙ୍କଠାରୁ କାହିଁକି ଅଲଗା ରହୁଛନ୍ତି। ନୀତୁ ଚାହାଁନ୍ତି କି, ତାଙ୍କ ପିଲାମାନେ ନିଜ ଜୀବନରେ ସେଟଲ ରୁହନ୍ତୁ। କହି ରଖୁଛୁ, ଗତବର୍ଷ ସ୍ୱାମୀ ରିଷି କପୁରଙ୍କୁ ହରାଇଥିବା ନୀତୁ ପିଲାଙ୍କ ସହିତ ନୁହେଁ, ବରଂ ଏକୁଟିଆ ରହୁଛନ୍ତି।

ନୀତୁ କହିଥିଲେ, ‘ମୋ କହିବା ହେଲା, ମୋ ହୃଦୟରେ ରୁହ। ମୋ ମୁଣ୍ଡ ଉପରେ ଚଢ଼ ନାହିଁ। ମହାମାରୀ ସମୟରେ ଯେତେବେଳେ ରିଦ୍ଧିମା ମୋ ପାଖରେ ଗୋଟିଏ ବର୍ଷ ରହିଲା, ତ ମୁଁ ବହୁତ ଚିନ୍ତାରେ ଥିଲି। କାହିଁକିନା ସେ ଫେରିପାରୁ ନ ଥିଲା। ମୁଁ ଡରି ଯାଉଥିଲି। ମୁଁ ତାକୁ କହୁଥିଲି କି, ତୁ ଯାଆ, ଭରତ ଏକୁଟିଆ ଅଛି। ମୁଁ ବାସ୍ତବରେ ତାକୁ ଦୂରକୁ ପଠାଇ ଦେଉଥିଲି। କାହିଁକିନା, ମୋତେ ମୋ ପ୍ରାଇଭେସି ପସନ୍ଦ ଏବଂ ମୁଁ ଏମିତି ହିଁ ଜୀବନ ଜିଇଁ ଆସୁଛି’।

ସେ ଆହୁରି କହିଥିଲେ ଯେ ‘ଯେବେ ରିଦ୍ଧିମା ପାଠ ପଢ଼ିବା ପାଇଁ ଲଣ୍ଡନ ଯାଇଥିଲା, ତ ମୁଁ କାନ୍ଦୁଥିଲି। ଏପରିକି, କେହି ମୋତେ ଭେଟିବାକୁ ଆସି ଗୁଡବାଏ କହି ପଳାଉଥିଲା, ତ ମୁଁ କାନ୍ଦି ପକାଉଥିଲି। କିନ୍ତୁ କିଛି ବର୍ଷ ପରେ ଯେତେବେଳେ ରଣବୀର ଗଲା, ସେତେବେଳେ ମୁଁ କାନ୍ଦି ନ ଥିଲି’।

ଏହା ଉପରେ ରଣବୀର କହୁଥିଲା କି, ‘ମାଆ ତମେ ମୋତେ ଭଲ ପାଉନାହଁ। କିନ୍ତୁ ସେମିତି କିଛି ନ ଥିଲା। ସେହି ସମୟରେ ମୁଁ ଲାଇଫରେ ପିଲାଙ୍କ ବିନା ରହିବା ଶିଖିଗଲି। ଯେତେବେଳେ ଦ୍ଵିତୀୟ ଥର ଏମିତି ହେଲା, ତ ମୁଁ ପ୍ରସ୍ତୁତ ଥିଲି। ମୋ କହିବା ହେଲା, ଯେତେବେଳେ ପିଲାମାନେ ବିଦେଶରେ ଥିଲେ, ତ ମୁଁ ଏକୁଟିଆ ରହିବା ଶିଖିଯାଇଥିଲି’।

ନୀତୁ ଆଗକୁ କହିଥିଲେ, ‘ମୋତେ ଭଲ ଲାଗିଥାଏ ଯେତେବେଳେ ସେମାନେ ଆସନ୍ତି। କିନ୍ତୁ ମୁଁ ଚାହେଁ କି, ସେମାନେ ନିଜ ଘରକୁ ଫେରି ଯାଆନ୍ତୁ। ମୁଁ ସେମାନଙ୍କୁ କହିଥାଏ, ମୋତେ ସବୁବେଳେ ଭେଟ ନାହିଁ, ମୋ ସହିତ ସମ୍ପର୍କରେ ରୁହ। ମୁଁ ବହୁତ ସ୍ୱାଧୀନ। ମୋତେ ଏମିତି ଜୀବନ ଜିଇଁବାକୁ ଭଲ ଲାଗେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.