ଚାଷୀଙ୍କୁ ଅକ୍ଷୟ ତୃତୀୟା ଉପହାର, ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର। ରାଜ୍ୟର ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା। କାଳିଆ ଯୋଜନାରେ ଖରିଫ ୨୦୨୧ ପାଇଁ ଏହି ଅର୍ଥ ପ୍ରଦାନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କ୍ଷୁଦ୍ର, ନାମମାତ୍ର ଚାଷୀ ସହ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସାହାଯ୍ୟ ପାଇଛନ୍ତି।

ଏହି ଅର୍ଥକୁ ଚାଷ କାମ ସହ ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଚାଷୀଙ୍କ ପାଇଁ ଦେଶରେ କାଳିଆ ଯୋଜନା ସବୁୁଠାରୁ ଭଲ ଯୋଜନା। ଏହି ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି। ଚାଷୀର ଋଣଭାର ଲାଘବରେ ଏହା ସହାୟକ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

କାଳିଆ ଟଙ୍କା ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀଙ୍କ ତ୍ୟାଗର ମୂଲ୍ୟ କେହି ଦେଇ ପାରିବେ ନାହିଁ। ଗତ ବର୍ଷ କୋଭିଡ୍‌ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜୀବନୀ ଭଳି ଶକ୍ତି ଦେଇଥିଲା। ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଲାଗିଛି। କିନ୍ତୁ କୃଷି କ୍ଷେତ୍ର ପାଇଁ କୌଣସି ଲକ୍‌ଡାଉନ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.