Below header

୧୭ ବର୍ଷ ହେବ କରୁଛି କିସ୍, ଏଭଳି ଫିଲ୍ମ କରି କରି ଏବେ ମୋ ଓଠ ଥକିଗଲାଣି . . . ଜାଣନ୍ତୁ କାହିଁକି ଏମିତି କହିଲେ ଇମରାନ୍

୧୭ ବର୍ଷ ହେବ ସବୁ ଫିଲ୍ମରେ କେବଳ କିସିଂ ସିନ୍ ଦେଉଛି । ହେଲେ ଏବେ ଏହି କିସିଂ ସିନ୍ ଦେଇ ଦେଇ ଥକି ଗଲିଣି । ଏଭଳି କହିଛନ୍ତି ନିଜେ ବଲିଉଡର ସିରିଏଲ୍ କିସର୍ ଇମରାନ୍ ହାସମୀ । ନିଜର ଆଗାମୀ ଫିଲ୍ମ ହ୍ବାୟ ଚିଟ୍ ଇଣ୍ଡିଆର ପ୍ରମୋସନ୍ ପାଇଁ ଭୁବନେଶ୍ବର ଆସିଥିବା ଏକ ପ୍ରୋଗ୍ରାମରେ ଏହି ଖୁଲାସା କରିଛନ୍ତି ଇମରାନ୍ । ଏହା ସହ କହିଛନ୍ତି ଏବେ ମୁଁ ସିରିଏଲ୍ କିସର୍ ଇମେଜରୁ ବାହାରିବାକୁ ଚାହୁଁଛି । ତେଣୁ ଫିଲ୍ମର ସିଲେକ୍ସନ୍ ଉପରେ ଅଧିକ ଧ୍ୟାନ ଦେଉଛି ।

ତେବେ ଏହା ସହ ଆଉ ଏକ କଥା ମଧ୍ୟ କହିଛନ୍ତି । କହିଛନ୍ତି, ସିରିଏଲ୍ କିସର୍ ହେବା ସାଧାରଣ କଥା ନୁହେଁ । ଗୋଟିଏ ଫିଲ୍ମରେ ୨୦ଟି କିସିଙ୍ଗ୍ ସିନ୍ ଦେବା ସହଜ ନୁହେଁ । ମୋର ଓଠ ଥକିଗଲାଣି ଏହି କାମ କରି କରି ।

emraan Hashmiଶେଷଥର ପାଇଁ ଫିଲ୍ମ ବାଦଶାହୋରେ ନଜର ଆସିଲେ ବଲିଉଡର ସିରିଏଲ୍ କିସର୍ ଇମରାନ୍ ହାସମୀ । ଏହି ଫିଲ୍ମରେ ଇମରାନଙ୍କ ସହ ଲିଡ ରୋଲରେ ଥିଲେ ଅଜୟ ଦେବଗନ୍ । ହେଲେ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମଟି । ଏହା ପରେ ଆଉ କୌଣସି ଫିଲ୍ମରେ ବି ନଜର ଆସିନଥିଲେ ଏହି ସିରିଏଲ୍ କିସର୍ ।

ଏବେ ପ୍ରାୟ ଦେଢ ବର୍ଷ ପରେ ଫିଲ୍ମ ହ୍ବାୟ ଚିଟ୍ ଇଣ୍ଡିଆ ମାଧ୍ୟମରେ ସିଲଭର୍ ସ୍କ୍ରିନରେ ଧମାକା କରିବାକୁ ଯାଉଛନ୍ତି ଇମରାନ୍ । ତେବେ ପ୍ରଥମେ ଏହି ଫିଲ୍ମର ନାଁ ଥିଲା ଚିଟ୍ ଇଣ୍ଡିଆ । ହେଲେ ପରେ ସେନ୍ସରର ଆପତ୍ତି ଯୋଗୁଁ ଏହାର ପରିବର୍ତ୍ତନ ହୋଇ ହ୍ବାୟ ଚିଟ୍ ଇଣ୍ଡିଆ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.