କିସ୍ କିଙ୍ଗ ଇମ୍ରାନ ହାସମୀଙ୍କୁ ଟକ୍କର ଦେବେ ସଲମାନ, ଟାଇଗର ୩କୁ ନେଇ ଚର୍ଚ୍ଚାରେ ଭାଇଜାନ୍

ସଲମାନ ଖାନ ଏବେ ‘ଟାଇଗର ୩’ କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ଖଳନାୟକ କିଏ ହେବ ଏପର୍ଯ୍ଯନ୍ତ ଘୋଷଣା କରାଯାଇନାହିଁ। ଫିଲ୍ମରେ ଖଳନାୟକ ଭୂମିକା ପାଇଁ ଅଲଗା ଅଲଗା ଚେହେରା ଖୋଜୁଛନ୍ତି ପ୍ରଯୋଜକ। ୟଶରାଜ ଫିଲ୍ମସ ବ୍ଯାନରେ ନିର୍ମିତ ହୋଇଥିବା ଟାଇଗର ଜିନ୍ଦା ହୈରେ ଯେପରି ସାଜଦ ଡେଲାଫ୍ରୋଜଙ୍କୁ ଆଣିଥିଲେ। ଏବେ ଫିଲ୍ମ ‘ଟାଇଗର ୩’ ପାଇଁ ଇମ୍ରାନ ହାସମୀଙ୍କୁ ଫାଇନାଲ କରାଯାଇଛି।

ଖବର ମୁତାବକ, ୟଶରାଜ ଫିଲ୍ମ ଅନୁଯାୟୀ ଇମ୍ରାନ ଏହି ଫିଲ୍ମ ପାଇଁ ସଂପୂର୍ଣ୍ଣ ଫିଟ୍। କିନ୍ତୁ ଇମ୍ରାନ ଏହି ଫିଲ୍ମରେ ନଜର ଆସିବେ ନାହିଁ ତାହା ନେଇ କୌଣସି ଅଫିସିଆଲ ଘୋଷଣା ହୋଇନି। ଫିଲ୍ମର ପ୍ରଥମ ପର୍ଯ୍ଯାୟ ସୁଟିଂ ମୁମ୍ବାଇରେ ହେବ। ସେବେ ଇମ୍ରାନ ସୁଟିଂ ସେଟରେ ନଜର ଆସିବେ।

ସୂଚନାଯୋଗ୍ଯ, ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମ ଟାଇଗରରେ ସଲମାନ ଖାନ ଏବଂ କ୍ଯାଟ୍ରିନା କୈଫ ଏକାଠି ନଜର ଆସିଥିଲେ। ଫିଲ୍ମ ବ୍ଲକବାଷ୍ଟର ହିଟ୍ ହେବା ସହିତ ୩୨୦ କୋଟି ଟଙ୍କା ଆୟ କରିଥିଲା। ଏହା ପରେ ପରେ ୨୦୧୭ରେ ଟାଇଗର ଜିନ୍ଦା ହୈ ରିଲିଜ ହୋଇଥିଲା। ଏଥିରେ ମଧ୍ୟ ସଲମାନ ଏବଂ କ୍ଯାଟ୍ରିନା ଏକାଠି ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.