ଅଭିଯୁକ୍ତ ସଞ୍ଜୟ ପାଇଁ ବରବାଦ ହୋଇଛି ପରିବାର: ଚାଞ୍ଚଲ୍ୟକର ବୟାନ୍‌ ଦେଲେ ମୃତ ପୁଷ୍ପଲତାଙ୍କ ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା। ମୃତ ପୁଷ୍ପଲତା ମାଆଙ୍କ ଚାଞ୍ଚଲ୍ୟକର ବୟାନ୍‌। କହିଛନ୍ତି ଅଭିଯୁକ୍ତ ସଞ୍ଜୟ ପାଇଁ ବରବାଦ ହୋଇଛି ପରିବାର। ନାରକୀୟ କାଣ୍ଡ ପାଇଁ ସଞ୍ଜୟକୁ ଫାଶୀ ମିଳୁ ବୋଲି ସେ ଦାବି କରିଛନ୍ତି। ସଞ୍ଜୟ ପାଖରେ ପୁଷ୍ପଲତା ରହୁଥିଲେ ବି ତାଙ୍କୁ ଖାଇବାକୁ ଦେଉନଥିଲା କି ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିଲା । ମାନସିକ ନିର୍ଯାତନା ଦେଉଥିଲା । ସାଲ୍‌ ଓ ଟାଟୁରୁ ପୁଷ୍ପଲତାଙ୍କୁ ଚିହ୍ନିଥିଲେ ତାଙ୍କ ମା’ । ପ୍ରୀତିରଞ୍ଜନଙ୍କୁ ବିବାହ କରିବାର ୪ ଦିନ ପରେ ପୁଷ୍ପଲତା ଚାଲି ଆସିଥିଲା । ପୁଷ୍ପଲତାଙ୍କୁ ସବୁବେଳେ ସଞ୍ଜୟ ହଇରାଣ କରୁଥିଲା ବୋଲି କହିଛନ୍ତି ମୃତକଙ୍କ ମା’ ।

murderସେପଟେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଦୁଇ ଗିରଫ ଅଭିଯୁକ୍ତଙ୍କୁ ଜେଏମଏଫସି କୋର୍ଟରେ ହାଜର କରିବ ପୋଲିସ । ଏଥିପାଇଁ ସେମାନଙ୍କୁ ଚନ୍ଦକା ଥାନାରୁ କୋର୍ଟକୁ ନିଆଯାଉଛି । ଅଧିକ ପଚରାଉଚରା ପାଇଁ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.