ଭଦ୍ରକ-ଆନନ୍ଦପୁର ଗଣିଜାଙ୍ଗ ଛକ ଉପରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ, ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡି

ଭଦ୍ରକ: ରାସ୍ତା ଉପରେ ଧାନ ଢାଳି ପ୍ରତିବାଦ। ଭଦ୍ରକ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଭଦ୍ରକ-ଆନନ୍ଦପୁର ରାସ୍ତାର ଗଣିଜାଙ୍ଗ ଛକରେ ଅବରୋଧ ଫଳରେ ଶହ ଶହ ଗାଡି ମୋଟର ଅଟକି ରହିଛି।

ଟୋକନ ଥାଇ ମଧ୍ୟ ଧାନ କିଣାରେ ଅବ୍ୟବସ୍ଥା ଓ କଟନୀ ଛଟନୀ ସମସ୍ୟାକୁ ନେଇ ରାଜରାସ୍ତା ଅବରୋଧ କରାଯାଇଛି । ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି । ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାନ୍ତି । ପ୍ରତିବାଦରେ ରାସ୍ତା ଉପରେ ଶହ ଶହ ବସ୍ତା ଧାନ ଢାଳି ପ୍ରତିବାଦ କରିଛନ୍ତି। ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.