ପ୍ରତିଦିନ ତିନି ଜଣ ମହିଳାଙ୍କ ସହିତ ରାତି ବିତାଉଥିଲେ ଏହି ପପ୍‌ଷ୍ଟାର, କହିଲେ ମିଡିଆ ହିସାବ ଠାରୁ ଅଧିକ

ଜଣାଶୁଣା ବ୍ରିଟିଶ ଗାୟକ ମିକ ହକନଲଙ୍କୁ ହୁଏତ ଆପଣ ଜାଣିଥିବେ। ଏବେ ମିକ୍‌ ନିଜେ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଦିନ ତଳେ ମିକ୍‌ କହିଥିଲେ କି, ସେ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ତିନି ଜଣ ମହିଳାଙ୍କ ସହିତ ରାତି ବିତାଉଥିଲେ। ଏହି ଆଧାରରେ ସେ ଏପର୍ଯ୍ୟନ୍ତ ତିନି ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି ଆକଳନ କରାଯାଇଥିଲା।

ଏବେ ମିକ ଏହି ଘଟଣାକୁ ନେଇ ପୁଣି ଥରେ ବୟାନ ଦେଇଛନ୍ତି ଏବଂ କହିଛନ୍ତି, ତିନି ହଜାର ମହିଳାଙ୍କ ସଂଖ୍ୟା ତାଙ୍କର ନୁହେଁ ବରଂ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏକ ଖବରକାଗଜ ମୁତାବକ, ମିକ୍‌ଙ୍କ କ୍ୟାରିଅର ବେଳେ ତାଙ୍କ ଲାଇଫଷ୍ଟାଇଲ ପ୍ଲେବଏ ଭଳି ରହିଥିଲା। ତାଙ୍କ ଜୀବନରେ ସେ ମଦ ପିଇବା ସହ ଡ୍ରଗ୍‌ ମଧ୍ୟ ନେଉଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ କେତେ ମହିଳାଙ୍କ ସହିତ ରାତି ବିତାଇଛନ୍ତି, ତାର ହିସାବ ରଖି ନାହାନ୍ତି ।

hucknall

ସୂଚନାଯୋଗ୍ୟ, ୨୦୧୦ରେ ମିକ୍‌ କହିଥିଲେ, ‘ ୧୯୮୫ରୁ ୧୯୮୭ ମଧ୍ୟରେ ମିକ୍‌ ପ୍ରତିଦିନକୁ ତିନି ଜଣ ମହିଳାଙ୍କ ସହିତ ଶୋଉଥିଲେ। ମୁଁ ପପ୍‌ଷ୍ଟାର ହୋଇ ଏହା ହିଁ ଚାହୁଁଥିଲି। କିନ୍ତୁ ମୁଁ ଏହାକୁ କେବେ ଗଣିନାହିଁ। ପ୍ରତିଦିନ ଏହାକୁ ଏନଜଏ କରୁଥିଲି।

ଏହାସହ ପଢ଼ନ୍ତୁ : ବଧୂ ସାଜିଲେ କୃତି ସାନନ, ନାଲି ଶାଢିରେ ସାମ୍ନାକୁ ଆସିଲା ଷ୍ଟନିଂ ଅବତାର

୧୦ ବର୍ଷ ପୂର୍ବରୁ ମିକ୍‌ ବିବାହ କରି ଏବେ ବ୍ରିଟେନର ସୁରେରରେ ରହୁଛନ୍ତି।

Leave A Reply

Your email address will not be published.