Below header

ସ୍ମିତାରାଣୀ ମୃତ୍ୟୁ ଘଟଣା : ପଂଚାୟତ କାର୍ଯ୍ୟନିର୍ବାହୀ ସଙ୍ଘ ଓ ଗ୍ରାମ ରୋଜଗାର ସେବକ ସେବିକା ସଙ୍ଘ ପକ୍ଷରୁ ଦିଆଗଲା ତିନି ଦଫା ଦାବିପତ୍ର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ଥମୁ ନାହିଁ ଉତ୍ତେଜନା । ବିଭିନ୍ନ ରାଜନୈତିକ ଦଳରୁ ଆରମ୍ଭ କରି ସଂଗଠନ ସବୁ ଘଟଣା ପଛର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ଦାବି କରୁଛନ୍ତି । ଆଜି ଯାଜପୁର ପଂଚାୟତ କାର୍ଯ୍ୟନିର୍ବାହୀ ସଙ୍ଘ ଓ ଗ୍ରାମ ରୋଜଗାର ସେବକ ସେବିକା ସଙ୍ଘ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୃତକଙ୍କ ପରିବାର କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ଏ ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

PEO-2

ଯାଜପୁର ଗାନ୍ଧିଛକ ଠାରୁ ଶତାଧିକ ପିଇଓ ଓ ଜିଆରସ ଏକ ନିରବ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ । ସେଠାରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ତିନିଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲାର ୧୦ଟି ବ୍ଲକରେ କାର୍ଯ୍ୟ କରୁଥିବା ୩୦୦ରୁ ଊର୍ଦ୍ଧ୍ୱ ପିଇଓ ଓ ଗ୍ରାମସେବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.