ଚନ୍ଦ୍ରୟାନ-୨ ଖୋଲିଲା ଚନ୍ଦ୍ରରେ ଥିବା ଦାଗର ପ୍ରକୃତ ରହସ୍ୟ

ଆମ ସମସ୍ତଙ୍କ ମନରେ ସବୁବେଳେ ପ୍ରଶ୍ନ ଉଠେ କି କାହିଁକି ଚନ୍ଦ୍ରରେ ଦାଗ ଅଛି । ଏହି ପ୍ରଶ୍ନ ବାରମ୍ବାର ଉଠୁଥିଲେ ବି ଆମେ ଏହାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜାଣି ପାରିନଥାଉ । କିନ୍ତୁ ଚନ୍ଦ୍ରର ଚାରିପଟରେ ପରିକ୍ରମା କରୁଥିବା ଚନ୍ଦ୍ରାୟାନ-୨ ର ଅର୍ବିଟର ଏସଂପର୍କରେ କିଛିଟା ତଥ୍ୟ ହାସଲ କରିପାରିଛନ୍ତି । ଏହି ତଥ୍ୟରୁ ଜଣାଯାଇଛି କି ଚନ୍ଦ୍ରର ନିଜ ଗଠନ ସମୟରେ ଏହା ଉପରେ ବହୁ ଉଲ୍କାପିଣ୍ଡ, କ୍ଷୁଦ୍ର ଗ୍ରହ ଓ ଧୁମକେତୁ ମାନ ମାଡ ହୋଇଥିଲା । ଏହି କାରଣରୁ ହିଁ ଚନ୍ଦ୍ରରେ ବିଶାଳ ଗର୍ତ୍ତ ମାନ ସୃଷ୍ଟି ହୋଇଛି । ଏହି ଗର୍ତ୍ତ ଗୁଡିକ ପ୍ରାୟ ଗୋଲାକାର ଆକୃତିର ହିଁ ସୃଷ୍ଟି ହୋଇଛି ।

 

ଏଥିରୁ କିଛି କିଛି ସାମାନ୍ୟ ଛୋଟ ଆକାରର ହୋଇଥିବା ବେଳେ ଆଉ କିଛି ବିରାଟ ଆକୃତିର ମଧ୍ୟ ହୋଇଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଦ୍ୱାରା ଗତ ଜୁଲାଇ ମାସରେ ପ୍ରେରଣ ହୋଇଥିବା ଚନ୍ଦ୍ରାୟାନ-୨ର ଆର୍ବିଟର ଚନ୍ଦ୍ରର ଚାରି ପଟେ ଘୁରି ବୁଲି ଚନ୍ଦ୍ରର କେତେ ଗୁଡିଏ ଗୁଢ ରହସ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଗ୍ରହ ମାନଙ୍କର ନିଜ ନିଜ ଭିତରେ ହେଉଥିବା ଧକ୍କା ତଥା ବିସ୍ପୋରଣ ଦ୍ୱାରା ଏହି ଗର୍ତ୍ତ ଗୁଡିକର ଉତ୍ପତି ହୋଇଥିବା ଅନୁମାନ କରାଯାଉଛି । ଚନ୍ଦ୍ରାୟାନ-୨ର ରାଡ଼ାର ଚନ୍ଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଜ୍ଵାଲାମୁଖି ଗର୍ତ୍ତ ଗୁଡିକର ପ୍ରକୃତି,ବିତରଣ ଓ ଆକାର ଗୁଡିକ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରିଛନ୍ତି ।

ଏହା ସହ ପଢନ୍ତୁ: ଦୁନିଆରେ ଏଭରେଷ୍ଟଠୁ ବି ଉଚ୍ଚ ଶୃଙ୍ଗ ରହିଛି, ଜାଣନ୍ତୁ ଏ ବିଷୟରେ

ଚନ୍ଦ୍ରାୟାନ-୨ର ଏସଏଆର ରାଡ଼ାର ଏକ ଶକ୍ତିଶାଳୀ ରିମୋର୍ଟ ସେନସିଙ୍ଗ ଉପକରଣ ଅଟେ । ଯାହାକି କୌଣସି ଗ୍ରହର ଆଭ୍ୟନ୍ତରୀଣ ତଥ୍ୟ ଗୁଡିକ ହାସଲ କରିବାରେ ମଧ୍ୟ ସକ୍ଷମ ହୋଇପାରିବ । ଏହା ଗ୍ରହ ଗୁଡିକର ଆବଡ଼ା ଖାବଡ଼ା ତିଆରି, ସଂରଚନା ତଥା ଏହାର ନିର୍ମାଣରେ କେଉଁ ଉପକରଣର ଅଧିକ ଉପଯୋଗ ହୋଇଛି ସେ ସମ୍ପର୍କରେ ବିଶେଷ ତଥ୍ୟ ହାସଲ କରିପାରିବ । ଏହାର ୧୦ ବର୍ଷ ପୂର୍ବରୁ ୨୦୦୮ ମହିହରେ ପଠାଯାଇଥିବା ଚନ୍ଦ୍ରାୟାନ-୧ ମଧ୍ୟ ଚନ୍ଦ୍ର ସମ୍ପର୍କରେ କିଛି ତଥ୍ୟ ଦେଇଥିଲା । କିନ୍ତୁ ଏହି ତଥ୍ୟ ସେତେଟା ଉପଯୋଗୀ ହୋଇପାରିନଥିଲା । କିନ୍ତୁ ଚନ୍ଦ୍ରାୟାନ-୨ ଚନ୍ଦ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବ ବୋଲି ଆଶା କରାଯାଉଛି । ଇସ୍ରୋ ତରଫରୁ ଚନ୍ଦ୍ରାୟାନ-୨କୁ ଚନ୍ଦ୍ରାୟାନ-୧ ଅପେକ୍ଷା ଅଧିକ ଦୃଢ କରି ଗଢା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.