Below header

ରୋଟେଟିଙ୍ଗ୍ କ୍ୟାମେରା Samsung Galaxy A80 ଫୋନ ଶସ୍ତା ହେଲା ୮ହଜାର ଟଙ୍କା, ଜଲଦି କିଣନ୍ତୁ

ସାମସଙ୍ଗ ନିଜର ପ୍ରଥମ ରୋଟେଟିଙ୍ଗ୍ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ samsung-galaxy-a80ର ଦାମକୁ ହ୍ରାସ କରିଛି। ସାମସଙ୍ଗ୍ ଗାଲାକ୍ସୀ ଏ୮୦କୁ ଆପଣ ୮ହଜାର ରିହାତି ସହିତ ୩୯,୯୯୦ ଟଙ୍କାରେ କିଣିପାରିବେ। ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ ଯେ ଭାରତରେ ଏହି ଫୋନକୁ ଯେତେବେଳେ ଲଞ୍ଚ କରାଯାଇଥିଲା ସେତେବେଳେ ଏହି ଫୋନର ଦାମ ଥିଲା ୪୭,୦୦୦ ଟଙ୍କା। ଏହି ଫୋନର ଚର୍ଚ୍ଚା ଅଧିକ କାରଣ ଏଥିରେ ରୋଟେଟିଂ ଟ୍ରିପଲ ରିୟର କ୍ୟାମେରା ଲକର ରହିଛି।

Samsung Galaxy A80ର ସ୍ପେସିଫିକେସନ

ଫୋନରେ ଡୁଆଲ ସିମ୍ ସପୋର୍ଟ ସହିତାକ ଆଣ୍ଡ୍ରଏଡ୍ ପାଇ ୯.୦ ଆଧାରିତ ସାମସଙ୍ଗ୍ ‘ଓ୍ଵାନ ୟୁଆଇ’ ଦିଆଯାଇଛି। ଗାଲାକ୍ସୀ ଏ୮୦ରେ ୬.୭ ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ ୧୦୮୦x୨୪୦୦ ପିକ୍ସେଲ ଏବଂ ଆସପେକ୍ଟ ରେସିଓ ୨୦:୯ ରହିଛି। ଡିସପ୍ଲେରେ କୌଣସି ନଞ୍ଚ ଦିଆଯାଇନାହିଁ। ଏହାଛଡା ଏହି ଫୋନରେ କ୍ୱାଲକମ୍ ନିକଟରେ ଲଞ୍ଚ ହୋଇଥିବା ପ୍ରୋସେସର ସ୍ନାପଡ୍ରାଗନ ୭୩୦ଜି ଦିଆଯାଇଛି, ଯାହା ଏକ ଆକ୍ଟୋକୋର ପ୍ରୋସେସର ଅଟେ ଏବଂ ଏହାର ମ୍ୟାକ୍ସିମମ୍ କ୍ଲକ୍ ସ୍ପୀଡ୍ ୨.୨GHz । ଫୋନରେ ୮ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ମିଳିବ, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବୃଦ୍ଧି କରାଯାଇପାରିବ।

PHONEକ୍ୟାମେରା

ଫୋନରେ ରୋଟେଟିଂ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ ରହିଛି ଏବଂ ଅପର୍ଚର f/2.0 ରହିଛି। ସେହିପରି ଦ୍ୱିତୀୟ କ୍ୟାମେରା ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍ ଆଙ୍ଗଲ ଏବଂ ତୃତୀୟ କ୍ୟାମେରା ୩ଡି କ୍ୟାମେରା ରହିଛି। ସେଲଫି ପାଇଁ କମାଣ୍ଡ ଦେଲେ ଆପେ ଆପେ ତିନିଟି କ୍ୟାମେରା ରୋଟେଟିଂ ଢ଼ଙ୍ଗରେ ଉପର ଆଡକୁ ଆସିଯିବ। ସେଲଫି ପାଇଁ ମଧ୍ୟ ରିୟର କ୍ୟାମେରା ବ୍ୟବହାର କରିପାରିବେ।

ଏହାସହ ପଢନ୍ତୁ : Vivoର ଏହି ଫୋନରେ ରହିଛି ୪୮ ମେଗାପିକ୍ସେଲ ସହିତ ଟ୍ରିପଲ ରିୟର କ୍ୟାମେରା, କିଣିଲେ ମିଳିବ ବମ୍ପର ଡିସକାଉଣ୍ଟ

Samsung Galaxy A80ର କନେକ୍ଟିଭିଟୀ

ଫୋନରେ ଡୁଆଲ ସିମ ସପୋର୍ଟ, ୪ଜି VoLTE, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ମିଳିବ। ଏହାସହିତ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ମିଳିବ। ଏହି ଫୋନରେ ୩୭୦ ମାହ ବ୍ୟାଟେରୀ ମିଳିବ, ଯାହା ୨୫ ଓ୍ଵାଟ ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି। ଏହି ସବୁ ବ୍ୟତୀତ ଫୋନରେ ବିକ୍ସବୀ, ସାମସଙ୍ଗ୍‌, ସାମସଙ୍ଗ୍ ହେଲଥ୍ ଏବଂ ସିକ୍ୟୁରିଟୀ ପାଇଁ ସାମସଙ୍ଗ୍ ନକ୍ସ ର ସପୋର୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.