ଫାଶୀ ଲଗାଇ ଝୁଲିପଡିଲେ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ; ଲଗାନ, ଦେବଦାସ ଫିଲ୍ମରେ କରିଛନ୍ତି କାମ

ଆଉ ନାହାନ୍ତି ଲଗାନ, ଦେବଦାସ ଫିଲ୍ମର ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ । ମୁମ୍ବାଇ ଠାରୁ ୮୦ କିମି ଦୂର ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ନୀତିନ । ତେବେ ଆତ୍ମହତ୍ୟା କାରଣ ଏପର୍ଯ୍ୟନ୍ତ ଜଣାପଡିନି ।

ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା । ମୁମ୍ବାଇର ପ୍ରାୟ ୮୦ କିମି ଦୂର କର୍ଜତ ଅଞ୍ଚଳରେ ନିର୍ମିତ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ନୀତିନ ଅଗଷ୍ଟ ୯ ତାରିଖରେ ତାଙ୍କ ୫୮ତମ ଜନ୍ମଦିନ ପାଳନ କରିଥାନ୍ତେ । ନୀତିନ ଫିଲ୍ମ ଦେବଦାସ, ଲଗାନ, ଯୋଦ୍ଧା ଆକବର ଭଳି ଫିଲ୍ମର ଆର୍ଟ ଡାଇରେକ୍ଟର ଭାବେ କାମ କରିଛନ୍ତି ।

ତାଙ୍କର ଫିଲ୍ମ କ୍ୟାରିଅର ୧୯୮୭ ମସିହାରୁ ଆରମ୍ଭ ହୋଇଥିଲା। ‘୧୯୪୨ ଏକ ଲଭ୍ ଷ୍ଟୋରୀ’ ରେ ନିର୍ଦ୍ଦେଶନା ଦେଇଥିଲେ। ସିନେମାଟୋଗ୍ରାଫିରେ ପ୍ରବେଶ କରିବା ପୂର୍ବରୁ ନୀତିନ ଦେଶାଇ ଏବଂ ମୁମ୍ବାଇଟାଲିଆ ସାର୍ ଜେ ଆର୍ଟ କଲେଜରୁ ଫଟୋଗ୍ରାଫିରେ ତାଲିମ ନେଇଥିଲେ।

ସେ ନିଜ କ୍ୟାରିଅରରେ, ଆଶୁତୋଷ ଗୋୱାରିକର, ବିଦୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ନୀତିନ ଦେଶାଇ ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ତିନିଥର ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.