Below header

ହରିୟାଣା ହିଂସା : ୨୨ଟି ମାମଲା, ୧୫ ଗିରଫ, ୧୫୦ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ

ହରିୟାଣା ନୁହ ହିଂସା ଗୁରୁଗ୍ରାମରେ ପହଞ୍ଚିଲାଣି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ବଳ ମଧ୍ୟ ନିୟୋଜିତ ରହିଛି । ଗୁରୁଗ୍ରାମରେ ୧୪୪ ଧାରା ଲାଗୁ ହୋଇଛି । ଏହି ହିଂସାରେ୫ ଜଣଙ୍କର ମୃତ୍ୟୁ ହୋଇଥିବା ଏପର୍ଯ୍ୟନ୍ତ ୨୨ଟି ଏଫଆଇଆର ଦାଏର ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି ।

ହରିୟାଣା ନୁହ ଏବଂ ଗୁରୁଗ୍ରାମ ଜିଲ୍ଲାରେ ସାଂପ୍ରଦାୟିକ ହିଂସା ପରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ବଳ ମଧ୍ୟ ନିୟୋଜିତ ରହିଛି । ଏହି ହିଂସା ପରେ ଏପର୍ଯ୍ୟନ୍ତ ୨୨ଟି ଏଫଆଇଆର ଦାଏର ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଏହାଛଡା ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ନୁହରେ ୧୪୪ ଧାରା ସହିତ ଇଣ୍ଟରନେଟ ଏବଂ ସ୍କୁଲ, କଲେଜ ବନ୍ଦ ରହିଛି ।

ଏପର୍ଯ୍ୟନ୍ତ ୨୨ଟି ଏଫଏଆଇଆର ପଞ୍ଜିକରଣ ହୋଇଛି ବୋଲି ନୁହର ଏସପି କହିଛନ୍ତି । ଏହି ମାମଲାରେ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୧୫୦ ଲୋକଙ୍କୁ ପଚରାଉଚରା କରାଯାଉଛି ।

ନୁହ ହିଂସା ପଡୋଶୀ ଜିଲ୍ଲାରେ ପହଞ୍ଚିଛି । ଗୁରୁଗ୍ରାମରେ ଏକ ମସଜିଦରେ ନିଆଁ ଲଗାଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ରେବାଡି, ଗୁରୁଗ୍ରାମ ଏବଂ ସୋନିପତ ସମେତ ୬ ଜିଲ୍ଲାରେ ୧୪୪ ଧାରା ଲାଗିଛି । ନୁହରେ ୧୦ମ ଏବଂ ୧୨ଶ ପରୀକ୍ଷାକୁ ସ୍ଥଗତି ରଖାଯାଇଛି ।

ନୁହରେ ହିଂସା ପରେ ଉତ୍ତରପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲାରେ ହାଇଆଲର୍ଟ କରାଯାଇଛି । ମଥୁରା, ଆଗ୍ରା, ଫିରୋଜାବାଦ, ସହାରନପୁର, ମୁଜଫାରନଗର, ମେରଠ, ବାଗପତ, ଅଲ୍ଲୀଗଢ, ସାମଲୀ, ଗୌତମ ବୁଦ୍ଧ ନଗର ପୋଲିସକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜସ୍ଥାନର ଭରତପୁରରେ ପୋଲିସ ଆଲର୍ଟ ରହିଛି ।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.