କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କ୍ରେଜି ଫ୍ୟାନ୍‌, ଭେଟିବାକୁ ସାଇକେଲରେ କଲେ ୧୦୦୦ କିଲୋମିଟର ଯାତ୍ରା

କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫ୍ୟାନ୍ସମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଯେତେବେଳେ ବି ଅଭିନେତା ବାହାରେ ନଜର ଆସନ୍ତି, ସେତେବେଳେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ପାଇଁ କ୍ରେଜ୍‌ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଯାହା ହେଉଛି ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କାର୍ତ୍ତିକଙ୍କୁ ଭେଟିବା ପାଇଁ ଝାନ୍ସୀରୁ ଜଣେ ଫ୍ୟାନ୍‌ ତାଙ୍କ ସାଇକେଲରେ ମୁମ୍ବାଇରେ ପହଞ୍ଚିଛନ୍ତି ।

ବଲିଉଡ ଷ୍ଟାରମାନଙ୍କ ମଧ୍ୟରେ କାର୍ତ୍ତିକ ଆର୍ଯ୍ୟନ୍ ଜଣେ ଅନ୍ୟତମ ଅଭିନେତା । ଯିଏ ତାଙ୍କର ଭଲ କାମ, ଚରିତ୍ର ଏବଂ ଉତ୍ତମ ବ୍ୟକ୍ତିତ୍ୱ ହେତୁ ପ୍ରଶଂସକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫ୍ୟାନ୍ସମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଯେତେବେଳେ ବି ଅଭିନେତା ବାହାରେ ନଜର ଆସନ୍ତି, ସେତେବେଳେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ପାଇଁ କ୍ରେଜ୍‌ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଯାହା ହେଉଛି ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କାର୍ତ୍ତିକଙ୍କୁ ଭେଟିବା ପାଇଁ ଝାନ୍ସୀରୁ ଜଣେ ଫ୍ୟାନ୍‌ ତାଙ୍କ ସାଇକେଲରେ ମୁମ୍ବାଇରେ ପହଞ୍ଚିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏନେଇ ଲୋକମାନେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ ମଧ୍ୟ ବହୁତ ପ୍ରଶଂସା କରୁଛନ୍ତି ।

ଫିଲ୍ମ ଷ୍ଟାରମାନେ ନିଜ ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେମାନେ ନିଜ ପ୍ରଶଂସକଙ୍କୁ ଭେଟିବା ପାଇଁ ସମୟ ବାହାର କରିଥାନ୍ତି । ସେହିପରି କାର୍ତ୍ତିକ ଆର୍ଯ୍ୟନ୍ ଏପରି ଷ୍ଟାରମାନଙ୍କ ଲିଷ୍ଟରେ ଆସିଛନ୍ତି, ଯିଏ ଝାନ୍ସୀରୁ ମୁମ୍ବାଇ ପର୍ଯ୍ୟନ୍ତ ୧୦୦୦ କିଲୋମିଟର ଯାତ୍ରା କରି ଆସିଥାବା ତାଙ୍କର ଜଣେ ବଡ଼ ଫ୍ୟାନ୍‌ଙ୍କୁ ଭେଟିଥିଲେ । ଏହା ବ୍ୟାତୀତ ଯେତେବେଳେ ସେହି ଫ୍ୟାନ୍‌ ଜଣକ ସ୍ୱପ୍ନର ସହରରେ ପହଞ୍ଚିଥିଲେ, କାର୍ତ୍ତିକ କେବଳ ତାଙ୍କୁ ଭେଟି ନଥିଲେ ବରଂ ତାଙ୍କ ସହ ବହୁତ ସମୟ ମଧ୍ୟ ବିତାଇଥିଲେ । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ viralbhayani ରେ ଦେଖିବାକୁ ମିଳିଛି ।

ତେବେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ପ୍ରଶଂସକମାନେ ତାଙ୍କର ଏହି ଭିଡିଓରେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ସହ ନେଟେନିଜେନ୍ସ ଅଭିନେତା ଯେପରି ଫ୍ୟାନ୍‌ ପାଇଁ ସମୟ ବାହାର କରିଲେ, ସେହି ଭିଡିଓ ଦେଖି ସମସ୍ତ ଲୋକ ପ୍ରଶଂସା କରୁଛନ୍ତି । ସେହି ଭିଡିଓରେ ଜଣେ ଯୁଜର ଲେଖିଛନ୍ତି, ‘ନିଜ ପ୍ରଶଂସକଙ୍କୁ ସମ୍ମାନର ସହ ସମୟ ଦେବା ଏକ ବଡ କଥା’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଆପଣ ପ୍ରକୃତରେ ନିଜ ସାଙ୍ଗମାନଙ୍କୁ ବହୁତ ଭଲ ପାଅ’ । ତେବେ ସେହି ଭିଡିଓରେ ଏହି ପରି ଅନେକ କମେଣ୍ଟ ଆସିଛି । ଏହି ଭିଡିଓ ଦେଖିବା ପାରେ ଜଣାପଡୁଛି ଯେ ଷ୍ଟାରମାନେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ସମୟ ଏବଂ ଭଲ ପାଇବା ଦେଇଥାନ୍ତି ।

ଯଦି ଆମେ କାର୍ତ୍ତିକଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥାବାର୍ତ୍ତା କରିବା ତାହେଲେ ସେ ଶେଷ ଥର ପାଇଁ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଆହୁରି ଅନେକ ଫିଲ୍ମରେ ନଜର ଆସିବେ ଯେପରି ‘ଚନ୍ଦୁ ଚାମ୍ପିଆନ୍’ ଏବଂ ‘ଆଶିକୀ ୩’ । କାର୍ତ୍ତିକଙ୍କୁ ‘ଚନ୍ଦୁ ଚାମ୍ପିଆନ୍’ ଫିଲ୍ମରେ ଭାରତୀୟ ସେନାର ସୈନିକ ଭୂମିକାରେ ନଜର ଆସିବେ । ତେବେ ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆଶିକୀ’ର ତୃତୀୟ ଭାଗ ‘ଆଶିକୀ ୩’ରେ ତାଙ୍କୁ ଦେଖିବାକୁ ମିଳିପାରେ ।

 

View this post on Instagram

 

A post shared by Viral Bhayani (@viralbhayani)