ବାଲିଗୁଡ଼ାରେ ପୁଣି ଲାଗିଲା ମାଓ ପୋଷ୍ଟର, ମାଓନେତା ଦସୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଂଗଠନ

କନ୍ଧମାଳ ବାଲିଗୁଡା ଥାନା ସୁଡ୍ରା ପଂଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର । କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗା ଯାଇଛି । ସୁଡ୍ରାରୁ ଲଣ୍ଡାଗାଁ ରାସ୍ତାର ରାଜ୍ୟ ରାଜପଥ-୪୧ ମୁଖ୍ୟ ରାସ୍ତାର କାମ୍ବେରିକିଆ ଛକ ଓ ଗଟାଙ୍ଗୀ ରାସ୍ତାରେ ପୋଷ୍ଟର ଲାଗିଛି ।

ବାଲିଗୁଡ଼ା (କେନ୍ୟୁଜ): କନ୍ଧମାଳ ବାଲିଗୁଡା ଥାନା ସୁଡ୍ରା ପଂଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର । କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗା ଯାଇଛି । ସୁଡ୍ରାରୁ ଲଣ୍ଡାଗାଁ ରାସ୍ତାର ରାଜ୍ୟ ରାଜପଥ-୪୧ ମୁଖ୍ୟ ରାସ୍ତାର କାମ୍ବେରିକିଆ ଛକ ଓ ଗଟାଙ୍ଗୀ ରାସ୍ତାରେ ପୋଷ୍ଟର ଲାଗିଛି । କମ୍ରେଡ ଦସୁରୁକୁ ହତ୍ୟା କରିବା ଘଟଣାକୁ କେକେବିଏନ୍ ମାଓ ସଂଗଠନ ନିନ୍ଦା କରିଥିବା ପୋଷ୍ଟର ଲେଖା କରାଯାଇଛି । ଗତ ବୁଧବାର ଦିନ ଦସୁରୁକୁ କଣ୍ଟ୍ରୋଲ ରୁମରେ ରଖି ନିର୍ଯାତନା ଦିଆ ଯାଉଥିବା ନେଇ ପୋଷ୍ଟର ଜାରି ହୋଇଥିଲା ।

ତେବେ ଆଜି ଦଶ୍ରୁକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଦାସୁରୁଙ୍କୁ ସହିଦର ଆଖ୍ୟା ଦିଆଯାଇଛି । ମାଓନେତା ଦାସୁରୁଙ୍କ ବଳିଦାନ୍ ବ୍ୟର୍ଥ ଯିବ ନାହିଁ ବୋଲି ପୋଷ୍ଟରରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.