ମେଳା ଭିଡ଼ରେ ମାଡିଗଲା କ୍ଷୀର ଗାଡି, ୩ ମୃତ, ୧୫୦ରୁ ଅଧିକ ଆହତ

ସିକ୍କିମ ଗ୍ୟାଙ୍ଗଟକରେ ରାନିପୋଲର ତମ୍ବଲା ଖେଳ ମେଳା ଚାଲିଥିଲା । ମେଳାରେ ହଠାତ୍‌ ସିକ୍କିମ ମିଲ୍କି ୟୁନିଅନର ଗାଡି ୨/୪ଟି ଗାଡିକୁ ଟକ୍କର ବୋ ସହିତ ମେଳାରେ ପଶିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି ।

ସିକ୍କିମ ଗ୍ୟାଙ୍ଗଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗ୍ୟାଙ୍ଗଟକର ରାନିପୋଲ ଅଞ୍ଚଳରେ ଏକ ମେଳାର ହଠାତ୍‌ କ୍ଷୀର ଗାଡି ପସିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କର ଅବସ୍ଥା ଗୁରୁତର ରହିଛନ୍ତି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଖବର ମୁତାବକ, ଶନିବାର ସନ୍ଧ୍ୟା ୭.୧୫ ମିନିଟରେ ସିକ୍କିମର ରାନିପୋଲର ତମ୍ବଲା ଖେଳ ମେଳା ଚାଲିଥିଲା । ମେଳାରେ ହଜାର ହଜାର ଲୋକ ଥିଲେ । ମେଳାରେ ହଠାତ୍‌ ସିକ୍କିମ ମିଲ୍କି ୟୁନିଅନର ଗାଡି ୨/୪ଟି ଗାଡିକୁ ଟକ୍କର ବୋ ସହିତ ମେଳାରେ ପଶିଯାଇଥିଲା । ଗାଡିଟି ଲୋକମାନଙ୍କ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

 

View this post on Instagram

 

A post shared by KNews Odisha (@knewsodisha)

ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ସେହିପରି ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.