ପଦ୍ମବେଶରେ ମହାପ୍ରଭୁ: ବର୍ଷକୁ ଥରେ ହେଉଥିବାରୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ପଦ୍ମବେଶରେ ମହାପ୍ରଭୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଛି ଦୁର୍ଲଭ ପଦ୍ମବେଶ l ଗତକାଲି ବିଳମ୍ବିତ ରାତିରେ ବଡ ଛତା ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ପଦ୍ମ ବେଶକୁ ଶ୍ରୀଅଙ୍ଗ ରେ ଧାରଣ କରିଥିଲେ ଶ୍ରୀଜୀଉ l ବର୍ଷକୁ ଥରେ ହେଉଥିବା ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ପୁରୀ (କେନ୍ୟୁଜ): ପଦ୍ମବେଶରେ ମହାପ୍ରଭୁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଛି ଦୁର୍ଲଭ ପଦ୍ମବେଶ । ଗତକାଲି ବିଳମ୍ବିତ ରାତିରେ ବଡ ଛତା ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ପଦ୍ମ ବେଶକୁ ଶ୍ରୀଅଙ୍ଗ ରେ ଧାରଣ କରିଥିଲେ ଶ୍ରୀଜୀଉ । ବର୍ଷକୁ ଥରେ ହେଉଥିବା ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଗତକାଲି ରାତି ୧୨ଟା ୫୦ରେ ଶ୍ରୀଜୀଉଙ୍କ ପଦ୍ମମୁଖ ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ୧ଟା ୩୫ରେ ରେ ବଡ଼ ସିଂହାର ଭୋଗ, ୨ଟା ୨୪ରେ ରାତ୍ର ପହୁଡ଼ କରାଯାଇଥିଲା । ସେହିପରି ଆଜି ଭୋର ୫ଟା ୨୫ରେଶ୍ରୀମନ୍ଦିର ଦ୍ୱାର ଫିଟା ଯିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ କରିଥିଲେ । ପରେ ଭିତର ଶୋଧ,ମଙ୍ଗଳ ଆଳତି ଓ ପଦ୍ମବେଶ ମଇଲମ କରାଯାଇଥିଲା ।  ଏଥିସହ ବଡ ଛତା ମଠ ପକ୍ଷରୁ ପଦ୍ମବେଶ ମହାପ୍ରଭୁ ଙ୍କ ନିକଟରେ କ୍ଷୀରି ଏବଂ ଅମାଲୁ ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.