IIT ମାଡ୍ରାସରେ ଚାକିରି, ୧୦ମ ରୁ ଗ୍ରାଜୁଏସନ ଯାଏଁ କରିପାରିବେ ଆବେଦନ

ମାଡ୍ରାସ ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ଆବେଦନ ୧୨ ଫେବୃଆରୀରୁ ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ୧୦ମ/୧୨ଶ/ବ୍ୟାଚଲର ଡିଗ୍ରୀ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥା/ୟୁନିଭରସିଟିରୁ କରିଥିବା ଜରୁରୀ ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ମାଡ୍ରାସ ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ଆବେଦନ ୧୨ ଫେବୃଆରୀରୁ ଆରମ୍ଭ ହେବ । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ iitm.ac.in ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୪

ଏଥିରେ ମୋଟ ୬୪ ପଦବୀ ପୂରଣ ହେବ । ଗ୍ରୁପ ଏ, ବି, ଏବଂ ସି ପଦବୀ ସାମିଲ ରହିଛି ।
ଗ୍ରୁପ ଏ : ୪
ଗ୍ରୁପ ବି :୧୬
ଗ୍ରୁପ ସି: ୪୪

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୨ ଫେବୃଆରୀରୁ ହେଉଥିବା ବେଳେ ଶେଷ ୧୨ ମାର୍ଚ୍ଚ ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ/୧୨ଶ/ବ୍ୟାଚଲର ଡିଗ୍ରୀ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥା/ୟୁନିଭରସିଟିରୁ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ବିଷୟରେ ଜାଣିବାକୁ ହେଲେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ଶୁଳ୍କ ପାଇଁ ୫୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD/ମହିଳା ପ୍ରାର୍ଥୀଙ୍କୁ ଛାଡ୍‌ ମିଳିବ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହାପରେ କ୍ୟାରିଅର ଟାବ୍‌ରେ କ୍ଲିକ୍‌ କରନ୍ତୁ ।
ତା’ ପରେ ଆପ୍ଲାଏ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ସମସ୍ତ ଜରୁରୀ ଦସ୍ତାବିଜ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଶେଷରେ ଭେରିଫାଏ କରି ସବମିଟ୍‌ କରନ୍ତୁ ।
ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.