ଜେଲରୁ ଫେରିଲେ ‘ପ୍ୟାଡମ୍ୟାନ’ ପ୍ରଯୋଜିକା ପ୍ରେରଣା, କହିଲେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି

କୋଟି କୋଟି ଟଙ୍କା ଆତ୍ମସାତ କରିବା ଆରୋପରେ ୮ ମାସ ଜେଲରେ ରହିବା ପରେ ଫେରୁଛନ୍ତି ପ୍ରଯୋଜିକା ପ୍ରେରଣା ଅରୋରା। ପ୍ରେରଣା ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡମ୍ୟାନ’ର ପ୍ରଯୋଜିକା ଅଟନ୍ତି। ନିଜର ଭୁଲ ସ୍ୱୀକାର କରି ଜୀବନକୁ ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ପ୍ରେରଣା କହିଛନ୍ତି, ‘ ମୁଁ ଜାଣିନି ମୁଁ କିଏ ? ମୋ ମନରେ କିଛି ନାହିଁ। ମୁଁ ବହୁତ ବଡ ଭୁଲ କରିଥିଲି, ସେଥିପାଇଁ ମୋତେ ସଜ୍ଜା ବି ମିଳିଲା। ମୁଁ ପୁଣି ଥରେ ଫିଲ୍ମ ପ୍ରଯୋଜନା କରିବାକୁ ଚାହୁଁଛି। ମୋତେ ଏଥିପାଇଁ କିଛି ସମୟ ଲାଗିବ।

ସୂଚନାଯୋଗ୍ୟ, ଅନେକ ଫାଇନାନ୍ସର ପ୍ରେରଣା ବିଶ୍ୱାସଘାତକତା କରିବା ସହ ତାଙ୍କୁ ପଇସା ଫେରାଇନଥିବା ଭଳି ଆରୋପ ଲଗାଇଥିଲେ। କିନ୍ତୁ ବାସୁ ଭଗନାନୀ ଏବଂ ତାଙ୍କ ପ୍ରଯୋଜନା ସଂସ୍ଥା ପ୍ରେରଣାଙ୍କ ବିରୋଧରେ ନୋଟିସ ପଠାଇବା ପରେ ତାଙ୍କ ମୁସ୍କିଲ ବଢିଯାଇଥିଲା। ବାସୁ ଭଗନାନୀ ପ୍ରେରଣା, ତାଙ୍କ ମା, କ୍ରିଏଜ ଏଣ୍ଟରଟେନମେଣ୍ଟ ପାର୍ଟନର ବିରୋଧରେ କେସ୍‌ କରିଥିଲେ। ବାସୁ ଭଗନାନୀ ପ୍ରେରଣାକୁ ତୁରନ୍ତ ୩୧.୬ କୋଟି ଟଙ୍କା ଫେରାଇବାକୁ କହିଥିଲେ।

ଏହାସହ ପଢ଼ନ୍ତୁ ; ପାଓ୍ଵାରଫୁଲ ମହିଳା ତାଲିକାରେ ସ୍ଥାନ ପାଇଲେ ଅନୁଷ୍କା, ଏହି ଅଭିନେତା ଉଡାଇଲେ ମଜାକ୍‌

66

ଏହି ଚାର୍ଜସିଟ୍‌ରେ ପ୍ରେରଣା ଫାଇନାନ୍ସର ଠାରୁ ଟଙ୍କା ନେଇଥିବା ମଧ୍ୟ ଖୁଲାସା ହୋଇଥିଲା। କେବଳ ଏତିକି ନୁହେଁ ପ୍ରେରଣା ସୁନୀଲ ସେଟ୍ଟୀଙ୍କ ରିଅଲ ଇଷ୍ଟେଟ କମ୍ପାନୀ ଠାରୁ ୮ କୋଟି ଟଙ୍କାରେ ଏକ ବଙ୍ଗଳା ମଧ୍ୟ କିଣିଥିଲେ। ଏହାଛଡା ତାଙ୍କ ଦୈନନ୍ଦିନ ଜୀବନରେ ବିଭିନ୍ନ ଖର୍ଚ୍ଚ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରେରଣାଙ୍କ ନିକଟରେ ଅନେକ ନକଲି ଦସ୍ତାବିଜ ମଧ୍ୟ ପୋଲିସ ଜବତ କରିଥିଲା।

ସୂଚନାଯୋଗ୍ୟ, ପ୍ରେରଣା ଫିଲ୍ମ ‘ରୁସ୍ତମ, ଟଏଲେଟ୍‌, ପ୍ୟାଡମ୍ୟାନ’ ଭଳି ଅନେକ ବ୍ଲକବଷ୍ଟର ଫିଲ୍ମର ପ୍ରଯୋଜନା କରିଛନ୍ତି।