ସରକାରୀ ସ୍କୁଲରେ ଏଣିକି ଗୋଟିଏ ଶ୍ରେଣୀରେ ରହିବେ ଦୁଇ ଶିକ୍ଷକ

ନୂଆଦିଲ୍ଲୀ : ରାଜଧାନୀର ସମସ୍ତ ସରକାରୀ ସ୍କୁଲରେ ଏବେ ଗୋଟିଏ ଶ୍ରେଣୀରେ ଗୋଟିଏ ବିଷୟ ପାଇଁ ଦୁଇ ଜଣ ଶିକ୍ଷକ ରହିବେ। ଏହି ବ୍ୟବସ୍ଥା ସେତେବେଳେ ଲାଗୁ ହେବ ଯେତେବେଳେ ଗୋଟିଏ ଶ୍ରେଣୀର ପିଲାମାନେ ଗୋଟିଏ କୋଠରୀରେ ବସିବେ। ଏହି ବ୍ୟବସ୍ଥା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବ ଏବଂ ଦୁଇ ଜଣ ଶିକ୍ଷକଙ୍କୁ ପ୍ରତ୍ୟେକ ପିରିୟଡରେ ରହିବା ବାଧ୍ୟତାମୂଳକ।

ଶିକ୍ଷା ନିର୍ଦ୍ଦେଶାଳୟ କହିଛନ୍ତି ଯେ ଗୋଟିଏ କୋଠରୀରେ ଅଧିକ ସଂଖ୍ୟାର ଛାତ୍ରଛାତ୍ରୀ ଥିବା କାରଣରୁ ଜଣେ ଶିକ୍ଷକଙ୍କର ଶିକ୍ଷା ଦାନକୁ ପିଲାମାନେ ଭଲଭାବେ ଗ୍ରହଣ କରିପାରୁନାହାନ୍ତି। ପ୍ରତ୍ୟକ ପିରିୟଡରେ ଗୋଟିଏ ବିଷୟରେ ଦୁଇ ଜଣ ଶିକ୍ଷକ ପାଠ ପଢ଼ାଇବେ।

ଏହି ବ୍ୟବସ୍ଥା ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖକୁ ତାଙ୍କ ପ୍ରଶ୍ନର ଉତ୍ତର ମିଳିପାରିବ। ଏହାଦ୍ୱାରା ସେମାନଙ୍କର ଶିଖିବାର କ୍ଷମତାରେ ମଧ୍ୟ ସୁଧାର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.