Below header

ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଉ ଏକ ସଫଳତା: ଜିତିଲେ ୨୦୨୩ ଟାଇମ୍ସ 100 ରିଡର ପୋଲ

ବ୍ଲକବଷ୍ଟର ଫିଲ୍ମ ପଠାନ ପରେ ବିଶ୍ୱ ସ୍ତରରେ ପୁଣି ଶାହାରୁଖଙ୍କ ଆଉ ଏକ ସଫଳତା । ୨୦୨୩ ଟାଇମ୍ସ100 ରିଡର ପୋଲ ଜିତିଲେ ଶାହାରୁଖ। ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ଶୀର୍ଷରେ ଅଛନ୍ତି ଶାହାରୁଖ।

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଉ ଏକ ସଫଳତା । ବ୍ଲକବଷ୍ଟର ଫିଲ୍ମ ପଠାନ ପରେ ବିଶ୍ୱ ସ୍ତରରେ ପୁଣି ଶାହାରୁଖଙ୍କ ଆଉ ଏକ ସଫଳତା । ୨୦୨୩ ଟାଇମ୍ସ 100 ରିଡର ପୋଲ ଜିତିଲେ ଶାହାରୁଖ। ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ଶୀର୍ଷରେ ଅଛନ୍ତି ଶାହାରୁଖ। ପ୍ରିନ୍ସ ହାରି-ମେଘାନ ମାର୍କଲେଙ୍କ ଠାରୁ ଶାହାରୁଖ ଆଗୁଆ ଅଛନ୍ତି।

ଓସ୍କାର ବିଜେତା ଅଭିନେତା ମାଇକେଲ ଇହୋ, ଆଥଲେଟ ସେରିନା ଓ୍ଵିଲିୟମ, ମେଟା ସିଇଓ ମାର୍କ ଜୁକରବର୍ଗ ଓ ଟୁଇଟର ସିଇଓ ଏଲନ ମସ୍କଙ୍କୁ ପଛରେ ପକାଇଦେଇଛନ୍ତି ଶାହାରୁଖ। ଟାଇମ୍ସ ମାଗାଜିନର ବାର୍ଷିକ ତାଲିକାରେ ସ୍ଥାନ ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟ ଦେଉଥିବା ପାଠକ ମାନଙ୍କ ପସନ୍ଦ ପାଲଟଛନ୍ତି ଏସଆରକେ ।

khan sir

ଏହି ପୋଲ ପାଇଁ ୧.୨ ମିଲିୟନ ଲୋକ ଭୋଟ ଦେଇଥିଲେ । ସେଥିମଧ୍ୟରୁ ଶାହାରୁଖଙ୍କୁ ମିଳିଛି ୪ ପ୍ରତିଶତ ଭୋଟ । ଦ୍ୱିତୀୟରେ ଅଛନ୍ତି ଇରାନର ଜଣେ ମହିଳା । ସେ ଇରାନବାସୀଙ୍କ ଅଧିକାର ପାଇଁ ଲଢୁଛନ୍ତି । ତୃତୀୟରେ ଅଛନ୍ତି ମହାମାରୀ ପାଇଁ ଲଢୁଥିବା ସ୍ୱାସ୍ଥ୍ୟକର୍ମୀ । ୪ର୍ଥ ସ୍ଥାନରେ ଅଛନ୍ତି ମେଘାନ ମାର୍କଲେ । ଶାହାରୁଖଙ୍କୁ ଶେଷଥର ପାଇଁ ବ୍ଲକବଷ୍ଟର ଫିଲ୍ମ ପଠାନରେ ଦେଖିବାକୁ ମିଳିଥିଲା । ଫିଲ୍ମ ବିଶ୍ୱସ୍ତରରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.