ଦେଶରେ ବ୍ରେକ ଫେଲ କରୋନା : ୬ ହଜାର ପାର କଲା ଦୈନିକ ସଂକ୍ରମଣ

ଦେଶରେ ପୁଣି ଚିନ୍ତା ବଢାଉଛି କରୋନା । ୬ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୦ ନୂଆ ଆକ୍ରାନ୍ତ ।

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଉଛି କରୋନା । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛୁ । ୬ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ୧୩ ପ୍ରତିଶତ ବଢ଼ିଛି । ଗତକାଲି ଏହି ସଂଖ୍ୟା ଥିଲା ୫ହଜାର ୩୩୫ ।

ଗତ ୨୪ ଘଣ୍ଟାରେ କରୋନା ଆଉ ୧୩ ଜଣଙ୍କର ଜୀବନ ନେଇଛି । ସଂକ୍ରମଣ ବଢିବା ସହ ଦେଶରେ କରୋନା ଆକ୍ଟିଭ କେସ ୨୮ ହଜାର ପାର୍‌ କରିଛି । ବର୍ତ୍ତମାନ ସକ୍ରିୟ ମାମଲା ରହିଛି ୨୮ହଜାର ୩୦୩ । ଗତ ସପ୍ତାହେ ହେବ ଦେଶରେ ଦୈନିକ ସଂକ୍ରମଣ ଲଗାତାର ବଢି ଚାଲିଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି । ବିଭିନ୍ନ ଦେଶରେ ସଂକ୍ରମଣ ବଢୁଥିବାରୁ ପୁଣି ଥରେ ଚିନ୍ତା ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.