ଫିଲ୍ମଫେୟାର ଆୱାର୍ଡ : ଆଲିଆ କହିଲେ ‘ଆଇ ଲଭ ୟୁ’ ତ ରଣବୀର ଦେଲେ ‘କିସ୍’

ମୁମ୍ବାଇ : ଗତରାତିରେ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଚଳିତ ଥର ଫିଲ୍ମଫେୟାରରେ ଦେଖିବାକୁ ମିଳିଛି କିଛି ଭିନ୍ନ ନଜାରା। ବଲିଉଡ଼ର ନବାଗତ କଳାକାରଙ୍କ ଠାରୁ ଆରମ୍ଭ କରି ପୂରୁଣା କଳାକାର ପର‌୍ୟ୍ୟନ୍ତ ସମସ୍ତେ ନିଜ ଜଲୱା ଏଠାରେ ଦେଖାଇଥିଲେ। ସମାରୋହରେ ବଲିଉଡ଼ର ଅନେକ କଳାକାରଙ୍କୁ ସମ୍ମାନିତ କରାଗଲା। ସେହିପରି ଲଭବାର୍ଡ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ଅଭିନେତ୍ରୀ ଆଲିଆଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

ranbir-kapoor-alia-bhatt

ଆଲିଆଙ୍କୁ ଫିଲ୍ମ ରାଜି ପାଇଁ ପୁରସ୍କାର ମିଳିଥିବା ବେଳେ ଏହି ଫିଲ୍ମର ପାଇଁ ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ରାଜିକୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇବା ପରେ ଆଲିଆ ଷ୍ଟେଜରେ ଖୁବ ଭାବୁକ ହୋଇଯାଇଥିଲେ। ଏହି ସମୟରେ ନିଜ ଭାବନାକୁ ଅଟକାଇ ନପାରି ସେ ରଣବୀର କପୁରଙ୍କୁ ପ୍ରେମ ନିବେଦନ କରି ଆଇ ଲଭ ୟୁ କହିଦେଇଥିଲେ।

ସେହିପରି ରଣବୀରଙ୍କୁ ଯେତେବଳେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଲା ସେ ସର୍ବପ୍ରଥମେ ଆଲିଆଙ୍କୁ କିସ୍ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସବୁଠାରୁ ଖାସ କଥା ହେଉଛି ରଣବୀର କପୁରଙ୍କୁ ଏଥର ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ଦୀପକା ଏବଂ ଆଲିଆଙ୍କ ମଧ୍ୟରେ ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.