ଏବେ ୬ ଘଣ୍ଟାରୁ ଅଧିକ ଖେଳିପାରିବେ ନାହିଁ PUBG, କମ୍ପାନୀ କଲା ସୂଚନା ଜାରି

ନୂଆଦିଲ୍ଲୀ : ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ସୁବୁଠାରୁ ଲୋକପ୍ରିୟ ଅନଲାଇନ ଗେମ୍ PUBGକୁ ନେଇ ବିଗତ କିଛି ଦିନ ହେବ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏପରିକି ଅନେକ ସ୍ଥାନରେ PUBGକୁ ବ୍ୟାନ କରିବା ନେଇ ଅନ୍ଦୋଳନ କରାଯାଇଛି। ଏବେ ପର‌୍ୟ୍ୟନ୍ତ ଗୁଜୁରାତରେ ଏହାକୁ ରଦ୍ଦ କରାଯାଇଛି। ଏପରିକି ପ୍ରତିବନ୍ଧକ ପରେ PUBG ଖେଳିବାକୁ ନେଇ ଗୁଜୁରାତରେ ୧୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏଣୁ ଏବେ PUBG ଗେମ କମ୍ପାନି Tencent Game କହିଛି କି , ସେ ତାଙ୍କ ଖେଳାଳୀ ମାନଙ୍କ ସହ ଠିଆ ରହିଛି। ଖେଳ ଉପରେ ଥିବା କଟକଣାକୁ ହାଟାଇବା ନେଇ ସେ ପୋଲିସ ଅଧିକାରୀଙ୍କ ସହ ଶୀଘ୍ର କଥାବାର୍ତ୍ତା ହେବ।

ନିଶ୍ଚିତ ପଢ଼ନ୍ତୁ: ସର୍ବସାଧାରଣରେ Pubg ଖେଳିବା ହେଲା କାଳ, ଗୁଜରାତରେ ୧୦ ଜଣଙ୍କୁ ପୋଲିସ…

ସେହିପରି ମିଳିଥିବା ଖବର ମୁତାବକ, PUBG ଏକ ନୂଆ ଫିଚରର ଟେଷ୍ଟିଂ କରୁଛି। ଯାହାର ନାମ ହେଲ୍ଥ ରିମାଇଣ୍ଡର ରଖାଯାଇଛି। ଏହି ଫିଚରର ଟେଷ୍ଟିଂ ଭାରତର ଅନେକ ସହରରେ କରାଯାଉଛି। ଏହା ଦ୍ବାରା PUBG ଖେଳୁଥିବା ଖେଳାଳି ୬ଘଣ୍ଟାରୁ ଅଧିକ ଏହାକୁ ଖେଳିପାରିବ ନାହିଁ।

ଖେଳର ୬ ଘଣ୍ଟା ପୂରିବା ପରେ ଖେଳାଳିଙ୍କୁ ଏକ ନୋଟିଫିକେସନ ଯିବ ଏବଂ ଖେଳଟି ବନ୍ଦ ହୋଇଯିବ। ଏନେଇ କିଛି ଖେଳାଳି କହିଛନ୍ତି କି ଏବେ ଗେମରେ ଦୁଇ ଘଣ୍ଟାପରେ ଏକ ନୋଟିଫିକେସନ୍ ମିଳୁଛି ପୁଣି ୪ ଘଣ୍ଟା ପରେ ଆଉ ଏକ ନୋଟିଫିକେସନ୍ ଆସୁଛି। ଏହି ମେସେଜରେ ସମୟ ସୀମା ଶେଷ ହେଇଥିବା କଥା କୁହାଯାଉଛି।


ଏଥିରେ ଲେଖା ଥାଉଛି ୬ ଘଣ୍ଟା ପରେ ଖେଳ ବନ୍ଦ ହୋଇଯିବ ଏବଂ ପୁଣି ତଥା ୨୪ ଘଣ୍ଟା ପରେ ଆକ୍ଟିଭେଟେଡ ହେବ। ଏଥିସହ କୁହାଯାଉଛି ଏହି ପ୍ରତିବନ୍ଧକ କେବଳ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଛି। ତେବେ ଏହା ବିଷୟରେ କମ୍ପାନି ତରଫରୁ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.