ସୋରୋ :ମାତ୍ର ୫ଟଙ୍କା ଖୁଚୁରା ପାଇଁ ୩ ଜଣ ଯୁବକଙ୍କୁ ରାସ୍ତାଉପରେ ଆଣ୍ଠେଇଲେ

ସୋରୋ(କେନ୍ୟୁଜ୍) : ମାତ୍ର ୫ଟଙ୍କା ଖୁଚୁରା ପାଇଁ ଘଣ୍ଡଗୋଳ ଘଟିଛି। ପେଟ୍ରୋଲ ଟାଙ୍କିକୁ ତେଲ ପକାଇବା ପାଇଁ ଆସିଥିବା ୩ଜଣ ଯୁବକଙ୍କୁ କର୍ମଚାରୀ ମାନେ ଆଣ୍ଠେଇ ମାଡ ମାରିବା ଘଟଣା ସୋରୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଛି।

ଘଟଣାଅନୁଯାୟୀ, ବାଲେଶ୍ବରର ୩ଜଣ ଯୁବକ ବାଇକ୍ ଯୋଗେ ତାଙ୍କ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ସେଠାରୁ ଫେରିବା ବାଟରେ ବାଇକରେ ତେଲ ନଥିବାରୁ ୧୬ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ରିଲିଆନ୍ସ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ସେଠାରେ ତେଲଟାଙ୍କି କର୍ମଚାରୀ ୫ଟଙ୍କା ଖୁରୁରା ଏହି ଯୁବକ ମାନଙ୍କୁ ଦେଇଥିଲେ। ଯେଉଁଥିରୁ ଗଣ୍ଡୋଗଳର ସୂତ୍ରପାତ ହୋଇଥିଲା। ଉଦ୍ଭୟଙ୍କ ମଧ୍ୟରେ ମାରପିଟ ହେବା ସହ ପେଟ୍ରୋଲ ଟାଙ୍କିର କର୍ମଚାରୀ ସମେତ ମାଲିକ ଯୁବକଙ୍କୁ ମାରିବା ସହ ବହୁ ସମୟ ଧରି ଯୁବକମାନଙ୍କୁ ରାସ୍ତାମଝିରେ ଅଣ୍ଠେଇଥିଲେ। ପରବର୍ତ୍ତି ସମୟରେ ଘଟଣା ବିଷୟରେ ଖବର ପାଇ ସୋରୋ ପୋଲିସ ତିନି ଜଣ ଯୁବକଙ୍କୁ ଉଦ୍ଦାର କରିଛି।