ଭାରତୀୟ ପୌରାଣିକ ଶାସ୍ତ୍ରରେ ଜୀବନକୁ ସୁମଧୁର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ବର୍ଣ୍ଣନା କରାଯାଇଛି। ମନୁଷ୍ୟ ଜୀବନରେ ଘଟିଥିବା ଅନେକ ଘଟଣା ଏବଂ ଅଘଟଣାର ଏହି ଶାସ୍ତ୍ର ସହ ସାମଞ୍ଜସ୍ୟ ରହିଥାଏ । ବର୍ତ୍ତମାନରେ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟର ପୂର୍ବରୁ ହିଁ ଭାରତୀୟ ପୌରାଣିକ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଖାସ କରି ମହାଭାରତରେ । ପୌରାଣିକ ଗ୍ରନ୍ଥ ମହାଭାରତରେ ଜୀବନ ,ଧର୍ମ , ରାଜନୈତିକ , ଦେଶ , ସମାଜ , ଜ୍ଞାନ ଏବଂ ବିଜ୍ଞାନ ଆଦି ବିଷୟରେ ବିଶେଷ ଉଲ୍ଳେଖ କରାଯାଇଛି । ଏଥିରେ ଜୀବନର ମାର୍ଗଦର୍ଶନ କରାଯାଇଥିବା ବେଳେ ଜୀବନକୁ ନଷ୍ଟ କରିବାରୁ ରକ୍ଷା କରିବାକୁ ବିଭିନ୍ନ ମନ୍ତବ୍ୟ ଦିଆଯାଇଛି । ଆସନ୍ତୁ ଜାଣିବା ଜୀବନକୁ ସୁମଧୁର କରିବା ପାଇଁ ମହାଭାରତରେ ଉଲ୍ଲେଖ ବାକ୍ୟ ବିଷୟରେ…

ଅସ୍ତ୍ର ଠାରୁ ଅଧିକ ଘାତକ ପାଟିରୁ ବାହାରିଥିବା କଥା :
ସବୁବେଳେ ଦେଖା ଯାଇଛି କୌଣସି ଖଣ୍ଡିଆ ବା ଆଘାତ ଠାରୁ ଅଧିକ କଷ୍ଠ ଦାୟକ ହୋଇଥାଏ ବ୍ୟକ୍ତିଙ୍କର ବାଣୀ । କଥା କହିବା ଶୈଳୀ ଦ୍ବାରା ଜଣଙ୍କ ର ମନ ଜିତି ହେବା ବେଳେ ଜଣଙ୍କୁ ଆଘାତ ମଧ୍ୟ ପହଞ୍ଚାଇ ହେବ । ତୁଣ୍ଡରୁ ବାହାରି ଥିବା ବାଣୀ ଏପରି ଏକ ଅସ୍ତ୍ର ଯାହାର ଆଘାତକୁ କେଉଁ ମଲମ ଦ୍ବାରା ଠିକ୍ କରିହୁଏନା ।
ମହାଭାରତରେ ମଧ୍ୟ ରାଜପ୍ରସାଦରେ ଚାଲୁଥିବା ସମୟରେ ଦୁର୍ୟ୍ୟଧନ ଝୁଣ୍ଟି ପଡ଼ିଥିବାରୁ ଦ୍ରୌପଦୀ ପରିହାସ କରି କହିଥିଲେ ଅନ୍ଧଙ୍କ ପୁଅ ଅନ୍ଧ ଯାହା ପରେ ଦ୍ରୌପଦୀ ଚିରହରଣର କାରଣ ପାଲଟିଥିଲା । ଏଣୁ ସର୍ବଦା କିଛି କଥା କହିବା ପୂର୍ବରୁ ଧ୍ୟାନ ଦେବା ଉଚିତ୍ । କେବେ ମଧ୍ୟ କାହାକୁ ଅପମାନ କରବା ଭଳି ବାକ୍ୟ କହିବା ଉଚିତ୍ ନୁହଁ ।

ଭଲ ସାଙ୍ଗ ଜୀବନକୁ ଭଲ କରିଥାଏ :
ପରିବାର ପରେ ମନୁଷ୍ୟ ଜୀବନରେ ବହୁ ଖାସ ସ୍ଥାନ ନେଇଥାଏ ସାଙ୍ଗ । ଆପଣ ବହୂତ ଭଲ ଥାଆନ୍ତୁ କିନ୍ତୁ ଯଦି ଆପଣ ମନ୍ଦ ସଙ୍ଗତୀରେ ପଡ଼ୁଛନ୍ତି ତେବେ ଆପଣଙ୍କ ଜୀବନ ବରବାଦ ହେବାର ଆଶଙ୍କା ରହିଥାଏ । ଆପଣଙ୍କ ଚର୍ତୁପାର୍ଶ୍ବରେ ଏପରି ଅନେକ ବ୍ୟକ୍ତି ବହୁତ ଅଛନ୍ତି ଯେଉଁମାନେ ସାଙ୍ଗ ସାଥିଙ୍କ ପାଇଁ ନିଜ ଜୀବନ ବରବାଦ କରିଦେଇଥବା ଆପଣ ଦେଖିଥିବେ ।
ମହାଭାରତରେ ମଧ୍ୟ ର୍ଦୁୟୋଧନ ଖରାପ ନଥିଲେ ବା ତାଙ୍କର କୌଣସି ମନ୍ଦ ଚିନ୍ତାଧାର ନଥିଲା । କିନ୍ତୁ ମାମୁଁ ଶକୁନୀଙ୍କ ମନ୍ଦ ମନ୍ତ୍ରଣାରେ ଭାସିଯାଇ ସେ ତାଙ୍କ ସହିତ ସମସ୍ତ ପରିବାରକୁ ନଷ୍ଟ କରି ରଖିଦେଇଥିଲେ ।
ଶିକ୍ଷାର ସଦୁପୋଯୋଗ :
ସର୍ବଦା ଶିକ୍ଷା ସଂପୂର୍ଣ୍ଣ ଭାବେ ଗ୍ରହଣ କରିବା ସହ ତାହାର ଉପଯୁକ୍ତ ବ୍ୟବହାର କରିବା ଆବଶ୍ୟକ । ସ୍ବଳ୍ପ ଶିକ୍ଷା ବା ଅଧା ଶିକ୍ଷା ସବୁବେଳେ ମନୁଷ୍ୟକୁ ଅସୁବିଧାରେ ପକାଇଥାଏ । ନିଜର ଶିକ୍ଷାକୁ ସର୍ବଦା ସମାଜର ଉନ୍ନତି ବ୍ୟବହାର କରିବା ଉଚିତ୍ । କେବେ ମଧ୍ୟ ଭୁଲରେ ଶିକ୍ଷାକୁ ନେଇ ଗର୍ବ ଅନୁଭୂତ କରିବା ଠିକ୍ କଥା ନୁହଁ । କାରଣ ଶିକ୍ଷାକୁ ଯେତେ ବଣ୍ଟା ହେବା ତାହା ସେତେ ବଢ଼ିବ ।