ରିଲିଜ୍ ହେଲା ଫିଲ୍ମ ‘ଗଦର ୨’, ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ସୃଷ୍ଟି କଲା ହଇଚଇ

ଅଗଷ୍ଟ ୧୧ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିସାରିଛି ‘ଗଦର ୨’ । ତେବେ ଏହାର ପ୍ରଥମ ଦିନର ରୋଜଗାର ବି ଜବରଦସ୍ତ ହୋଇଛି । ‘ଗଦର ୨’ ପ୍ରଥମ ଦିନରେ ପ୍ରାୟ ୪୦ କୋଟି ରୋଜଗାର କରିଛି ।

ବଲିଉଡ ସୁପରଷ୍ଟାର ସନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ରିଲିଜ ହେବାକୁ ନେଇ ବହୁତ ସମୟରୁ ଚର୍ଚ୍ଚା ଚାଲିଥିଲା । ତେବେ ଫିଲ୍ମର ରିଲିଜ୍ କୁ ନେଇ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ୧୧ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିସାରିଛି ‘ଗଦର ୨’ । ତେବେ ଏହାର ପ୍ରଥମ ଦିନର ରୋଜଗାର ବି ଜବରଦସ୍ତ ହୋଇଛି । ‘ଗଦର ୨’ ପ୍ରଥମ ଦିନରେ ପ୍ରାୟ ୪୦ କୋଟି ରୋଜଗାର କରିଛି ।

୨୨ ବର୍ଷ ପରେ ପୁଣି ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ହଇଚଇ ସୃଷ୍ଟି କରିଛି । ଏହା ସହିତ ‘ଗଦର ୨’ ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ କୁ ଟକ୍କର ଦେଇଛି । ‘ଗଦର ୨’ ଏହି ବର୍ଷର ଦ୍ୱିତୀୟ ବଡ ବଜେଟ୍ ଫିଲ୍ମ । ଏହି ସପ୍ତାହ ସିନେମା ପ୍ରେମୀଙ୍କ ପାଇଁ ଖାସ ରହିଛି । କାରଣ ଫ୍ୟାନ୍ସଙ୍କ ବହୁ ସମୟ ଅପେକ୍ଷାର ଶେଷରେ ଅନ୍ତ ହୋଇଛି । ଏହି ଶୁକ୍ରବାର ଏକା ସହିତ ‘ଗଦର ୨’ ଓ ‘ଓଃ ମାଇଁ ଗଡ୍‌ ୨’ ପରି ଦୁଇଟି ବ୍ଲକ ବଷ୍ଟର ଫିଲ୍ମ ରିଲିଜ ହୋଇଛି ।

‘ଗଦର ୨’ ରେ ସନି ଦେଓଲ ତାରା ସିଂ ଚରିତ୍ରରେ ନଜର ଆସିଛନ୍ତି । ଏହିଥର ସନି ଦେଓଲ ଫିଲ୍ମରେ ହ୍ୟାଣ୍ଡପମ୍ପ ଉଚ୍ଛେଦ କରିନାହାନ୍ତି । କେବଳ ଶତ୍ରୁଙ୍କୁ ନଜର ଉଠାଇ ଦେଖିଛନ୍ତି ଆଉ ପାକିସ୍ତାନି ଶତ୍ରୁମାନେ ଡରି ଯାଇଛନ୍ତି । ‘ଗଦର’ ଏକ ଭାବପ୍ରବଣ ଫିଲ୍ମ ଯାହା ଫିଲ୍ମଟିକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.