ବଲିଉଡର ଏହି ଫେମସ ସଙ୍ଗୀତ ନିର୍ଦ୍ଦେଶକଙ୍କ ବୋହୂ ହେବେ ଗୌହର ଖାନ, ନିଜଠାରୁ ୫ ବର୍ଷ ସାନ ବୟଫ୍ରେଣ୍ଡଙ୍କୁ କରିବେ ବିବାହ

ବିଗ ବସ ପ୍ରତିଯୋଗୀ ଏବଂ ଟିଭି ଅଭିନେତ୍ରୀ ଗୌହର ଖାନ ଏବେ ‘ବିଗ ବସ ୧୪’ରେ ସିନିୟର୍ସ ରୋଲକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହାରି ଭିତରେ ତାଙ୍କ ପେଶାଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ଅଛି। ଗୌହର ଖାନଙ୍କ ଫ୍ୟାନମାନେ ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଅଭିନେତ୍ରୀ ଜଣକ ଜୈଦ ଦରବାରଙ୍କୁ ଡେଟ କରୁଛନ୍ତି। ଜୈଦ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଇଶ୍ମାଇଲ ଦରବାରଙ୍କ ପୁଅ।

ffg

ଇଶ୍ମାଇଲ ଦରବାର ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଗୌହର କିଛି ଦିନ ପୂର୍ବେ ଆମ ଘରକୁ ଆସିଥିଲେ। ଏହି ମଉକାରେ ମୋ ସ୍ତ୍ରୀଙ୍କ ସହିତ ଗୌହରଙ୍କର ଲମ୍ବା ସମୟ ଧରି କଥାବାର୍ତ୍ତା ଚାଲିଥିଲା। ସେହି ସମୟରେ ଜଣାପଡିଥିଲା କି, ଉଭୟ ବିବାହ କରିବାକୁ ଚାହୁଁଛନ୍ତି। ଦୁଇଜଣ ଦୁଇଜଣଙ୍କ ପାଇଁ ସିରିୟସ ଅଛନ୍ତି, ତ ଆମର କିଛି ଅସୁବିଧା ନାହିଁ। ମୁଁ ଜୈଦକୁ କହିଥିଲି କି, ଗୌହର ବୟସରେ ବଡ଼ ଅଛନ୍ତି। ତେବେ ଜୈଦ, ଗୌହରଙ୍କୁ ଆମ ସହିତ ଦେଖା କରେଇବା ପାଇଁ ଚାହୁଁଥିଲା। ସତରେ, ଗୌହର ବହୁତ ଭଲ’।

ffd

ଇଶ୍ମାଇଲ ଏହା ବି କହିଥିଲେ କି, ଯଦି ଦୁଇଜଣଙ୍କ ଭିତରେ ସବୁକିଛି ଠିକ ରହିବ, ତେବେ ସେମାନେ ଯେତେ ଜଲଦି ଚଳିତବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିପାରିବେ। ସେହି ସମୟରେ ସେ କହିଥିଲେ କି, ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗୌହର ବହୁତ ପସନ୍ଦ ଆସିଛନ୍ତି। ବିଗ ବସ ଘରକୁ ଯିବା ପୂର୍ବରୁ ବି ତାଙ୍କ ସହିତ ଦେଖା ହେବା କଥାକୁ ଇଶ୍ମାଇଲ ମନେ ପକାଇଥିଲେ।

 

View this post on Instagram

 

It feels lively around you ! See you super soon♥️ #Gaza🦋

A post shared by Zaid Darbar (@zaid_darbar) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.