Below header

ଜୀବନର ସବୁଠାରୁ ବଡ଼ ରହସ୍ଯରୁ ପରଦା ଉଠାଇଲେ ଅଭିନେତ୍ରୀ ଗୁଲ୍ ପନାଙ୍ଗ୍ : ସାରା ବଲିଉଡ୍ ସ୍ତବ୍ଧ

ବଲିଉଡ୍‌ ଅଭିନେତ୍ରୀ ଗୁଲ୍‌ ପନାଗ୍‌ । ଏମିତି ରହସ୍ୟରୁ ପରଦା ଉଠାଇଛନ୍ତି ଯେ ସାରା ବଲିଉଡ୍‌ର ବତ୍ତି ଗୁଲ୍‌ ହୋଇଯାଇଛି । ସମସ୍ତଙ୍କୁ ଅତି ଗୁପ୍ତ ଭାବେ ଲୁଚାଇ ରଖିଥିବା କଥାରୁ ପରଦା ହଟାଇଛନ୍ତି । ଏବେ କହିଛନ୍ତି ତାଙ୍କର ଗୋଟିଏ ୬ ମାସର ପିଲାଟିଏ ଅଛି । ତାଙ୍କ ପୁଅର ନାଁ ନିହାଲ । ସେକେବେ ଗର୍ଭବତୀ ହେଲେ ଆଉ କେବେ ପିଲା ଜନ୍ମ କଲେ ଏ ଡିଜିଟାଲ ଯୁଗରେ ବି କେହି ଜାଣି ପାରିଲେ ନାହିଁ । ତାରି ଭିତରେ ଗୁଲ୍‌ ଫିଲ୍ମ ସୁଟିଂ ଠାରୁ ଆରମ୍ଭ କରି ସମାଜ ସେବା କାର୍ୟ୍ୟ ମଧ୍ୟ କରି ଚାଲିଥିଲେ । ତେବେ ଏସବୁ କେମିତି ସମ୍ଭବ ହେଲା ? କେମିତି ସେ ଗର୍ଭବତୀ ହେବା କଥାକୁ ଲୁଚାଇ ରଖିଲେ ? ଏ ପ୍ରଶ୍ନର ଉତ୍ତରରେ ଗୁଲ୍‌ କହିଛନ୍ତି, ମୁଁ ନିଜେ ଖବରଟି ଲୁଚାଇବାକୁ ଚାହିଁଥିଲି । ବିଶେଷ କରି ସୋସିଆଲ ମିଡିଆଠାରୁ । ନହେଲେ ବହୁତ ଚର୍ଚ୍ଚା ହୋଇଥାନ୍ତା । ପିଲାଟି ସମୟ ଆଗରୁ ଜନ୍ମ ହୋଇଛି । ତେଣୁ ମୋର ପେଟ ଜଣାପଡ଼ିନଥିଲା । ପିଲା ଜନ୍ମ ପରେ କେବଳ ତାଙ୍କର ସମ୍ପର୍କୀୟ ଓ ନିକଟତମ ବନ୍ଧୁ ହିଁ ଜାଣିଥିଲେ । ତାଙ୍କ ସ୍ୱାମୀ ରିଷି ଅଟ୍ଟାରି ବ୍ୟକ୍ତିଗତ ଜୀବନକୁ ବହୁତ ଗୁରୁତ୍ୱ ଦିଅନ୍ତି । ବାହାରେ ଏସବୁ ବିଷୟରେ ପ୍ରଚାରକୁ ଭଲ ପାଆନ୍ତି ନାହିଁ । ତେବେ ସେ ଗର୍ଭବତୀ ଥିବା ବେଳେ ଏବଂ ବର୍ତ୍ତମାନ ପିଲାର ଯତ୍ନ ନେଉଛନ୍ତି । ସେଥିଲାଗି ସେ ନିଜ କାମ ଠିକ୍‌ ଭାବେ କରି ପାରୁଛନ୍ତି ବୋଲି ଗୁଲ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.