ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି : ମିଳିଲା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର : ଆଜି ସରିଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି । ତାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୪ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଛି । ଏପଟେ ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ୩ଟି ଟିମ୍‌ କେନ୍ଦ୍ରାପଡ଼ାରେ ଟିଟୋ ପତ୍ନୀଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ ଓ ମ୍ୟୁନିସିପାଲିଟି ଅଫିସରେ ରେଡ୍‌ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସରୁ ସୟଦ ବ୍ରଦର୍ଶ ପେଟ୍ରୋଲ ପମ୍ପ ସମ୍ପର୍କିତ ତଥ୍ୟ ନେଇଛି ଭିଜିଲାନ୍ସ । ସେହିପରି ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ବି ଭିଜିଲାନ୍ସ ଟିମ୍‌ ପଶିଛି । ବାଲିଘାଟ ନିଲାମ ଓ ଲିଜ୍‌ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କେନ୍ଦ୍ରାପଡ଼ା ଓ ମହାକାଳପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି । ଟିଟୋ ସାମ୍ରାଜ୍ୟର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଆଇଟି, ଇଓଡବ୍ଲ୍ୟୁ ଓ ଭିଜିଲାନ୍ସ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.