ରିଲିଜ ହେଲା ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ ଟ୍ରେଲର’, ଦମ୍‌ଦାର ଭୂମିକାରେ ନଜର ଆସିବେ ଜାହ୍ନବୀ

ରିଲିଜ ହେଲା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ’ର ଟ୍ରେଲର । ଭାରତୀୟ ବାୟୁସେନାର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଜାହ୍ନବୀଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳୁଛି । ନିଜର ସ୍ୱପ୍ନ ପୂରଣ ତଥା ବାପାଙ୍କୁ ଗର୍ବିତ କରିବା ଲାଗି ଗୁଞ୍ଜନ କିଭଳି ଭାରତୀୟ ବାୟୁସେନାରେ ଯୋଗ ଦେଇଛନ୍ତି । ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଧୈର୍ଯ୍ୟ ନ ହରାଇ କାର୍ଗିଲ ଯୁଦ୍ଧ ସମୟରେ ଦେଶମାତୃକାର ରକ୍ଷା ପାଇଁ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଦେଖାଯାଇଛି।

ଟ୍ରେଲରକୁ ସେୟାର କରି ଜାହ୍ନବୀ ଲେଖିଛନ୍ତି, ‘ଯୁଦ୍ଧରେ ଭାଗ ନେଇଥିବା ଭାରତର ପ୍ରଥମ ମହିଳା ବାୟୁସେନା ଅଧିକାରୀଙ୍କ କାହାଣୀ ଆପଣଙ୍କ ସାମ୍ନାକୁ ଆଣି ଗର୍ବ ଅନୁଭବ କରୁଛୁ । ଗୁଞ୍ଜନଙ୍କ ଏହି ଯାତ୍ରା ମୋତେ ଯେପରି ପ୍ରେରିତ କରିଛି ଆପଣମାନଙ୍କୁ ମଧ୍ୟ ପ୍ରେରିତ କରିବ ବୋଲି ଆଶା । ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍ ଗର୍ଲ’ ଅଗଷ୍ଟ ୧୨ରେ ରିଲିଜ ହେବ। ସୂଚନାଥାଉକି, ଶରନ ଶର୍ମା ଏହାର ନିର୍ଦ୍ଦେଶକ ଅଛନ୍ତି । କରନ୍ ଜୋହର, ଜି ଷ୍ଟୁଡିଓ, ହିରୁ ୟଶ ଜୋହର ଏବଂ ଅପୂର୍ବ ମେହତା ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଛନ୍ତି ।

video courtesy : Netflix

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.