ବିଚଳିତ ସ୍ଥିତିରେ ପାକିସ୍ତାନ, LOC ଠାରେ ସୈନିକଙ୍କୁ ଭେଟିବାକୁ ପହଞ୍ଚିଲେ ପାକିସ୍ତାନ ସେନାଧ୍ୟକ୍ଷ

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଏଲଓସି ଅଞ୍ଚଳ ମାନଙ୍କରେ କିଛି ଦିନ ହେବ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ସେପଟେ ପାକିସ୍ତାନୀ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜବା ଅଚାନକ ଏଲଓସି ଗସ୍ତ କରିଛନ୍ତି । ବାଜବାଙ୍କ ଏହି ଗସ୍ତର ସୂଚନା ସମ୍ପୂର୍ଣ ରୂପେ ଗୁପ୍ତ ରଖାଯାଇଥିଲା । ଏମିତିକି ସାମ୍ବାଦିକ ମାନଙ୍କୁ ବି ଏନେଇ ସୂଚନା ଦିଆଯାଇନଥିଲା । ସୈନିକ ମାନଙ୍କ ସହ ଆଲୋଚନା ସମୟରେ ସେ କାଶ୍ମୀର ପ୍ରସଙ୍ଗ ବି ଉଠାଇ ଥିବା ଜଣାଯାଇଛି । ଜାରି ହୋଇଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ସେନାଧ୍ୟ କ୍ଷ ପ୍ରଥମେ ଖୁରେଟା ସେକ୍ଟର ଠାରେ ପହଁଚି ବର୍ତ୍ତମାନର ସ୍ଥିତି ବାବଦରେ ପଚାରି ବୁଝିଥିଲେ ।

India, Myanmar Armies Target Militants Along Border in Joint ...

ଏହାର ଠିକ ପରେ ସେମାନେ ସୈନିକ ମାନଙ୍କ ସହ ଦେଖାକରିଥିଲେ । ପାକିସ୍ତାନୀ ସେନାର ମିଡ଼ିଆ ଦାୟିତ୍ୱରେ ଥିବା ଡିଜି ଏକ ବୟାନ ଜାରି କରି ସେନାଧ୍ୟକ୍ଷଙ୍କ ଏହି ଗସ୍ତ ନେଇ ସୂଚନା ଦେଇଥିଲେ । ଜରୁରୀ କାଳୀନ ପରିସ୍ଥିତି ନେଇ ପ୍ରସ୍ତୁତ ରହିବାକୁ ବାଜବା ନିଜ ସୈନ୍ୟ ମାନଙ୍କୁ ଆହ୍ୱାନ ଦେଇଛନ୍ତି | ଏହା ସହ ଆଗକୁ ପାକିସ୍ତାନ କାଶ୍ମୀରବାସୀଙ୍କୁ ସମର୍ଥନ କରିବା ଜାରି ରଖିବ ବୋଲି ମଧ୍ୟ କହିଛନ୍ତି । ବାଜବାଙ୍କ ଅନୁଯାୟୀ ଦେଶ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । କିଛି ବାହ୍ୟ ଶତ୍ରୁ ପାକିସ୍ତାନକୁ ଦୁର୍ବଳ କରିବାରେ ଚେଷ୍ଟା ଚଳାଇଛନ୍ତି । ସେନାଧ୍ୟକ୍ଷଙ୍କ ଅନୁଯାୟୀ ଏବେ ଦେଶର ଆଭ୍ୟନ୍ତରୀଣ ଶକ୍ତି ବୃଦ୍ଧି କରିବା ସହିତ ବାହ୍ୟ ସୁରକ୍ଷାକୁ ବି କଡାକଡି କରିବାକୁ ପଡିବ ।

ଯଦି ସେନା ସାମ୍ନାକୁ ସେମିତି କୌଣସି ପରିସ୍ଥିତି ଆସେ, ତେବେ ସେପରି ଅବସ୍ଥା ସହ ଲଢ଼ିବାକୁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ । ଅନ୍ୟପକ୍ଷରେ ଉଭୟ ଦେଶର ସୀମାବର୍ତ୍ତୀ ଅଂଚଳରେ ଶନିବାର ପାକିସ୍ତାନ ତରଫରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଯାଇଥିଲା । ଉଭୟ ପକ୍ଷର ଗୁଳି ଚାଳନାରେ ଭାରତୀୟ ସେନାର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ । ପ୍ରତିପକ୍ଷରେ ଭାରତୀୟ ସେନା ପକ୍ଷରୁ ବି କଡା ଜବାବ ଦିଆଯାଇଥିଲା । ଗୋଟେ ପଟେ ଭାରତ ଅସ୍ତ୍ର ଶସ୍ତ୍ର ସଂଗ୍ରହ କରି ନିଜ ଶକ୍ତି ବଢ଼େଇ ଚାଲିଥିବା ବେଳେ ଭାରତର ଏପରି ପଦକ୍ଷେପ ଶତ୍ରୁ ପକ୍ଷର ଚିନ୍ତା ବାଢ଼ିଦେଇଥିବା ନେଇ ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.